ବ୍ରାହ୍ମଣୀ ନଦୀପଠାରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ବ୍ରାହ୍ମଣୀ ନଦୀପଠାରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁରର ଚନ୍ଦନ ଦେ । ଗତ ରବିବାର ସଂଧ୍ୟାରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ ଚନ୍ଦନ । ଗ୍ରାମବାସୀ ଏବଂ ଅଗ୍ନିଶମ ବିଭାଗ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ଖବର ମିଳିନଥିଲା । ଆଜି ବ୍ରାହ୍ମଣୀ ନଦୀର ଆଗଡିଆ ପଠାରୁ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ କୁମ୍ଭୀର ଖାଇଯାଇଥିବା ଜଣାପଡୁଛି । ଅନ୍ୟପଟେ ଚନ୍ଦନଙ୍କ ପରିବାରକୁ ସରକାରୀ ସହାୟତା ଦାବି କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ଏଭଳି ଅନେକ ଘଟଣା ଘଟିଥିଲେ ମଧ୍ୟ ବନବିଭାଗ ଚୁପ୍‌ ବସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.