Below header

ଯାଜପୁର: ମାଟି କାନ୍ଥ ପଡ଼ି ୫ବର୍ଷର ନାବାଳକ ମୃତ

ଯାଜପୁର(କେନ୍ୟୁଜ୍): ମାଟି କାନ୍ଥ ପଡ଼ି ୫ବର୍ଷର ନାବାଳକ ମୃତ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ କୋଲଣଗିରି ଗାଁର ଘଟଣା । ଏହି ଗାଁର ଉମାକାନ୍ତ ମଳିକଙ୍କ ୫ବର୍ଷର ପୁଅ ଘରେ ଥିବା ବେଳେ ବର୍ଷା ଯୋଗୁ ହଠାତ କାନ୍ଥ ଭୁଶୁଡି ପଡିଥିଲା । ଫଳରେ ନାବାଳକ ଜଣକ ମାଟି ତଳେ ଚାପି ହୋଇ ରହିଥିଲା । ପରିବାର ଲୋକ ନାବାଳକକୁ ନେଇ ପ୍ରଥମେ ରତ୍ନଗିରି ପ୍ରାଥମିକ ଚିକିତ୍ସାଳୟ, ପରେ ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉମାକାନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.