Below header

ଶ୍ରୀମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ମାମଲା, ବନ୍ଦ କରିବାକୁ ନେଇ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦକୁ ବିରୋଧ କରି ଦାୟର ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଉଚ୍ଛେଦ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା । ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ସହମତିରେ ଏବେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ଘରୋଇ ସଂପତ୍ତିରେ ନିର୍ମାଣ ଉଚ୍ଛେଦ ଜମି ଅଧିଗ୍ରହଣ ଆଇନ ଅନୁସାରେ କରାଯିବ । ଏଥିସହ ଉଚ୍ଛେଦ ବିରୋଧରେ ଆବେଦନକୁ ଖାରଜ କରିବା ପାଇଁ ସେ କୋର୍ଟରେ ଯୁକ୍ତି ବାଢ଼ିଥିଲେ । ଉଚ୍ଛେଦ ନେଇ ଅନୁଧ୍ୟାନ ପାଇଁ ଆସନ୍ତା ୯ ଓ ୧୦ ତାରିଖରେ ଆମିକସ କ୍ୟୁରୀ ଓ ସଲିସିଟର ଜେନେରାଲ ପୁରୀ ଗସ୍ତରେ ଆସିବେ । ଆସନ୍ତା ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.