ବନ୍ଦ ହେଲା ସୁପରଷ୍ଟାର ସଲମାନ ଏବଂ ଆଲିୟାଙ୍କ ‘ଇନସାଲ୍ଲା’ ଫିଲ୍ମ, ଜାଣନ୍ତୁ କାହିଁକି ?

ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଓ ସୁପରହିଟ୍ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନସାଲ୍ଲା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣକୁ ନେଇ ଦର୍ଶକମାନେ ଖୁବ୍ ଉତ୍ସାହ ଥିଲେ । ଏହି ଫିଲ୍ମ ସଂପର୍କରେ ଘୋଷଣା ହେବା ଦିନଠାରୁ ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏଥିପାଇଁ ଏହି ଫିଲ୍ମ ଚର୍ଚ୍ଚାର ବିଷୟ ହୋଇପାରିଛି, କାରଣ ପ୍ରଥମ ଥର ପାଇଁ ସଲମାନ୍ ଓ ଆଲିଆ ଏକାଠି କାମ କରୁଛନ୍ତି। କିନ୍ତୁ ‘ଇନସାଲ୍ଲ’ ଫିଲ୍ମକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳିଛି। ଏହି ସିନେମାର କାମ କିଛି ସମୟଲାଗି ବନ୍ଦ କରିଦିଆଯାଇଛି।

film aaliya ଭଂସାଲୀ ପ୍ରଡକସନ୍ସ ପକ୍ଷରୁ କୁହାଯାଇଛି ଯେ ଏହାର କେବେ ସୁଟିଂ ଆରମ୍ଭ କରାଯିବ ତାହା ଏ ଯାଏଁ ସ୍ଥିର ହୋଇନାହିଁ। ଅପରପକ୍ଷରେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି ଯେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନସାଲ୍ଲ’ ଟାଇଟଲରେ ଯେଉଁ ଫିଲ୍ମ ତିଆରି କରିବାକୁ ଯାଉଥିଲେ, ତାହା ଏବେ ବନ୍ଦ ହୋଇଯାଇଛି।

ଏହାସହ ପଢନ୍ତୁ: କପିଲ ଶର୍ମା ସୋ’ରେ ପହଞ୍ଚିଲେ ବାହୁବଲି ପ୍ରଭାସ, କହିଲେ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ ବନ୍ଦ…

ସୂଚନଯୋଗ୍ୟ ଏହି ଫିଲ୍ମର ଅଧିକାଂଶ ସୁଟିଂ ବାରାଣାସୀରେ କରାଯିବ। ଉତ୍ତରାଖଣ୍ଡରେ ବି କିଛି ସୁଟିଂ ହେବ। ଏହାଛଡ଼ା ‘ଇନସାଲ୍ଲା’ର କିଛି ଭାଗ ଆମେରିକାର ମିୟାମି ଓ ଆର‌୍ୟାଲାଣ୍ଡରେ ମଧ୍ୟ ସୁଟ୍ କରାଯିବ ବୋଲି ପୂର୍ବରୁ ସଂଜୟ ଲୀଲା ଭଂସାଲୀ ଜଣାଇଥିଲେ। ସଲମାନ୍ ଖାନ୍ ଓ ଆଲିଆ ଭଟ୍ଟ ଏବେକାର ବଡ଼ ତାରକା ହୋଇଥିବା ହେତୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସଂଜୟ ଲୀଲା ଭଂସାଲୀ।