Below header

ଭୁବନେଶ୍ବର : ବନ୍ଦ ଥିବା ଫାଷ୍ଟଫୁଡ୍‌ ଦୋକାନରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର (କେ ନ୍ୟୁଜ୍‌) : ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଏକ ଫାଷ୍ଟ ଫୁଡ ଦେକାନ ଭିତରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ନୟାପଲ୍ଲୀ ପୋଲିସ । ପାଞ୍ଚଦିନ ହେବ ଏହି ଫାଷ୍ଟ ଫୁଡ ଦୋକାନଟି ବନ୍ଦ ଥିଲା । ହେଲେ ଆଜି ସକାଳୁ ସ୍ଥାନୀୟ ଲୋକମାନେ ଦୋକନ ଭିତରୁ ଦୁର୍ଗନ୍ଧ ବାରି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୋକାନ କବାଟ ତାଡି ଜଣେ ଯୁବକର ମୃତଦେହ ଉଦ୍ଧାର କରିଥିଲା । ଶବଟି ଏତେ ମାତ୍ରାରେ ପଚିଯାଇଛି ଯେ ଏହକୁ ଚିହ୍ନବା ମୁସ୍କିଲ ହୋଇପଡିଛି । ଯେହେତୁ ଘରର ଭିତରପଟୁ ବନ୍ଦ ଥିବା ଅବସ୍ଥାରେ ମୃତଦେହ ମଳିଛି ତେଣୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଛି । ତେବେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.