Below header

ନବୀନ ନରମ , ଧର୍ମେନ୍ଦ୍ର ଗରମ : ହେଲିକପ୍ଟର ଯାଞ୍ଚ ବେଳେ ଏମିତି ଘଟିଥିଲା ଘଟଣା

ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ରାଉରକେଲାରେ ଫ୍ଲାଇଂ ସ୍କ୍ଵାଡ୍ ତାଙ୍କ ହେଲିକପ୍ଟରକୁ ତନ୍ନ ତନ୍ନ କରି ଯାଞ୍ଚ କଲେ। ଏହି ଖବର ଯେତିକି ଚର୍ଚ୍ଚା ନୁହେଁ, ବେଶୀ ଆଲୋଚନା ହେଉଛି ନବୀନଙ୍କ ଶାନ୍ତ ଓ ସରଳ ସ୍ୱଭାବକୁ ନେଇ। ସେତେବେଳେ ହେଲିକପ୍ଟର ଭିତରେ ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ଯାଞ୍ଚରେ ପୂର୍ଣ୍ଣ ସହଯୋଗ କରିଥିଲେ। କିନ୍ତୁ ଦିନେ ପୂର୍ବରୁ ହେଲିକପ୍ଟର ଯାଞ୍ଚ ବେଳେ ଫ୍ଲାଇଂ ସ୍କ୍ଵାଡ୍କୁ ନାଲିଆଖି ଦେଖାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ।

ଯାଞ୍ଚ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ତା ଭିତରେ ଥିବା କାଗଜପତ୍ର, ସୁଟକେସ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ତନାଘନା କରିଥିଲେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ଵାଡ୍। ସେତିକିବେଳେ ହେଲିକପ୍ଟର ଭିତରେ ଚୁପଚାପ୍ ବସିଥିଲେ ନବୀନ ପଟ୍ଟନାୟକ। ନିର୍ବାଚନ କମିଶନଙ୍କ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଥିଲେ। ଫ୍ଲାଇଂ ସ୍କ୍ଵାଡ୍ ଅଧିକାରୀଙ୍କୁ ବିନା ବାଧାରେ କାମ କରିବାକୁ ଦେଇଥିଲେ ନବୀନ। ରାଉରକେଲା ହେଲିପ୍ୟାଡରେ ନବୀନଙ୍କ ହେଲିକପ୍ଟର ପହଞ୍ଚିବା ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତକାଲି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ପ୍ରଚାର ପାଇଁ ଯାଇଥିଲେ ନବୀନ। ସେତେବେଳେ ଫ୍ଲାଇଂ ସ୍କ୍ଵାଡ୍ ଯାଞ୍ଚର ସାମନା କରିଥିଲେ।

ହେଲିକପ୍ଟର ଯାଞ୍ଚକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି। ଦୁଇଟି ଦିଗକୁ ନେଇ ସବୁଠି ଏବେ ଆଲୋଚନା। ଟିଭି ସ୍କ୍ରିନରେ ଦେଖୁଥିବା ଦୁଇଟି ଭିଜୁଆଲ୍ ଦେଉଛି ଭିନ୍ନ ବାର୍ତ୍ତା। ହେଲିକପ୍ଟର ଯାଞ୍ଚ ବେଳେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱଭାବକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଫ୍ଲାଇଂ ସ୍କ୍ଵାଡ୍କୁ ନବୀନ ସହଯୋଗ କରିଥିବା ବେଳେ ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଖାଇଥିଲେ ନାଲିଆଖି। ସୋସିଆଲ୍ ମିଡିଆରେ ବି ନବୀନ ଓ ଧର୍ମେନ୍ଦ୍ରଙ୍କୁ ନେଇ ତୁଳନାତ୍ମକ ଚର୍ଚ୍ଚା ହେଉଛି। ନବୀନ ନରମ ମନୋଭାବ ପ୍ରଦର୍ଶନ କରିଥିବା ବେଳେ ଧର୍ମେନ୍ଦ୍ର ଗରମ ଦେଖାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.