ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଲାଲ ବାହିନୀର ବର୍ବର କାଣ୍ଡ, ଗୁଳିମାଡ଼ରେ ପୋଲିଂ ସୁପରଭାଇଜରଙ୍କୁ ହତ୍ୟା ପରେ ପୋଡି ଦେଲେ ଗାଡି

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ତା ପୂର୍ବରୁ ଡ଼ରାଇଛି ଲାଲବାହିନୀ। କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପୋଲିଂ ଗାଡ଼ିକୁ ଜାଳିଦେଇଥିବା ବେଳେ ଜଣେ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ।  ପ୍ରଥମ ପର୍ଯ୍ୟାୟରେ ନିରବ ଥିଲେ, ଏବେ ଦ୍ୱିତୀୟ ପର‌୍ୟ୍ୟୟ ପୂର୍ବରୁ ରକ୍ତମୁଖା ହେଲେ ମାଓବାଦୀ। କନ୍ଧମାଳରେ ଦେଖିବାକୁ ମିଳିଲା ମାଓ ହିଂସା।

ଗୁଳିମାଡରେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ। ଫୁଲବାଣୀ ଗୋଛାପଡ଼ା ବାନ୍ଦାପଡ଼ାରେ ଏହି ଗୁଳିମାଡ଼ ହୋଇଛି। ପୋଲିଂ ସୁପରଭାଇଜର ସଞ୍ଜୁକ୍ତା ଦିଗାଲଙ୍କୁ ଗୁଳିମାଡ଼ ହୋଇଛି। ମାଓବାଦୀମାନେ ଗୁଳିମାଡ଼ କରିଥିବା ସନ୍ଦେହ କରାଯାଉଛି।
ସେପେଟ କନ୍ଧମାଳ ଜିଲ୍ଲା ରିବଲପଦର ଘାଟିରେ ପୋଲିଂ ପାର୍ଟି ଗାଡି ପୋଡି ଦେଲେ ମାଓବାଦୀ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ପଞ୍ଚାୟତର ମିଙ୍ଗୁନିପଦର ବୁଥକୁ ଯାଉଥିଲେ ପୋଲିଂ ଅଧିକାରୀ। ଦିନ ୧୧ଟା ସମୟରେ ରିବଲପଦର ଘାଟି ଅତିକ୍ରମ କରିବା ବେଳେ ଘେରି ଯାଇଥିଲେ ମାଓବାଦୀ। ଗାଡ଼ି ଅଟକାଇବା ସହ ପୋଲିଂ ଅଧିକାରୀଙ୍କୁ ଫେରିଯିବାକୁ କହିଥିଲେ। ଏହାପରେ ଦୁଇଟି ଗାଡି ଓ ଗୋଟିଏ ବାଇକ୍ ଜାଳିଥିଲେ ମାଓବାଦୀ।

SANJUKTA DIGAL-2

ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି। କିନ୍ତୁ ଗାଡ଼ିପୋଡି ଘଟଣା ପରେ ଭୟର ପୋଲିଂ ଅଧିକାରୀ। କାଲି ମିଙ୍ଗୁନିପଦରେ ନିର୍ବାଚନ ହେବା ସମ୍ଭାବନା କ୍ଷୀଣ। ସ୍ଥାନୀୟ ଲୋକେ ବି ଭୟଭୀତ ହୋଇ ପଡିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଲାଲଗଡ଼ରେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ସରିଲା। କିନ୍ତୁ ଦ୍ୱିତୀୟ ପର‌୍ୟ୍ୟାୟ ଆରମ୍ଭ ପୂର୍ବରୁ ମାଓ ହିଂସା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.