Below header

କେନ୍ଦୁଝର: ସାମାଜିକ ବାସନ୍ଦ କାରଣରୁ ଯଦୁମଣିଙ୍କୁ ମିଳିଲାନି ଚାରିକାନ୍ଧ, ପ୍ରଶାସନ ସହାୟତାରେ ୮ ଘଣ୍ଟା ପରେ ଉଠିଲା ଶବ

କେନ୍ଦୁଝର(କେନ୍ୟୁଜ୍):  ସାମାଜିକ ବାସନ୍ଦ କାରଣ ରୁ ୮ ଘଣ୍ଟା ଧରି ଉଠି ପାରିଲାନି ଶବ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାତି ୯ ତା ସମୟରେ ଉଠିଲା ଶବ । ଏଭଳି ଅଭାବନୀୟ ଘଟଣାଟି ଘଟିଛି କେନ୍ଦୁଝର ସହରର ଟାଉନ ଥାନା ଅନ୍ତର୍ଗତ ଧୋବାଡ଼ିହାରେ । ଜାଗାବାଡିକୁ ନେଇ ଦୀର୍ଘ ଦିନରୁ ଯଦୁମଣି ଓ ତାଙ୍କ ପରିବାରକୁ ସାହିରୁ ବାସନ୍ଦ କରାଯାଇଥିଲା ।

ଆଜି ଯଦୁମଣୀଙ୍କ ମୃତ୍ୟୁ ଘଟିବା ପରେ ୪ କାନ୍ଧ ମିଳି ନଥିଲା କିମ୍ବା ଶବକୁ ଛାଡି ଦିଆଯାଇନଥିଲା । ଏ ନେଇ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ଘଟଣା ସ୍ଥଳକୁ ପାହଞ୍ଚିଥିଲେ । ବହୁ ବୁଝା ସୁଝା କରିବା ପରେ ଶବକୁ ଛାଡିଲେ ଗାଁ ଭାଇ । ହେଲେ ସାଇଭାଇଙ୍କ ଚାରି କାନ୍ଧ ମିଳିଲା ନାହିଁ । ଜ୍ଞାତି କୁଟୁମ୍ବ ଓ ପରିବାର ଲୋକ ଏକାଠି ହୋଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବ ସତ୍କାର ପାଇଁ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.