Below header

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ନବୀନଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡ଼ିଶାର ଚାଷୀ ଯେପରି ଏହି ଯୋଜନାରେ ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ନବୀନଙ୍କୁ ଚିଠି ଲେଖିଛନ୍ତି । ପିଏମ କିଷାନ ଯୋଜନାର ସପ୍ତମ କିସ୍ତିର ଟଙ୍କା ମାତ୍ର ୨୪ କୋଟି ୭୦ ଲକ୍ଷ ଚାଷୀ ପାଇଛନ୍ତି ।

ପ୍ରଥମ କିସ୍ତିରେ ୯.୭୩ ଲକ୍ଷ ଚାଷୀ, ୨ୟ କିସ୍ତିରେ ୨୯ ଦଶମିକ ୯୨ ଲକ୍ଷ, ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ, ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ, ପଞ୍ଚମ କିସ୍ତିରେ ୨୧ ଦଶମିକ ୫୫ ଲକ୍ଷ ଓ ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନ ଟଙ୍କା ଯାଇଛି । ମହାମାରୀ ବେଳେ ଓଡ଼ିଶାର ଚାଷୀ ପିଏମ କିଷାନ ଟଙ୍କାରୁ ବଞ୍ଚିବା ଦୁଃଖଦାୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି । ପିଏମ କିଷାନ ଯୋଜନାରେ ଆବଶ୍ୟକୀୟ ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ ଅଧିକାରୀ ଅନୁପାଳିତ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.