Below header

ଶଶ୍ମାନରୁ ଉଭାନ ମରଶରୀର, ତିନି ତିନିଟି ଶବ ସମାଧି ସ୍ଥଳରୁ ଗାଏବ

୨୦ ଦିନ ତଳେ ମୃତ୍ୟୁବରଣ କରିଥିବା ମଣିନାଥପୁର ଗାଁର ଅକ୍ଷୟ ବେହେରା, ଦୀନବନ୍ଧୁ ନାଥ ଆଉ ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଶ୍ରୀକାନ୍ତ ବେହୁରିଆଙ୍କ ଶବ ମଶାଣିରେ ପୋତି ଦିଆଯାଇଥିଲା । ଗତକାଲି ସକାଳେ ଗାଁର କିଛି ପିଲା ସମାଧି ସ୍ଥଳ ଖୋଳା ଯାଇ ଶବ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।

ଭଦ୍ରକ(କେନ୍ୟୁଜ୍): ଶଶ୍ମାନରୁ ଶବ ଗାଏବ । ଗୋଟିଏ କି ଦୁଇଟି ନୁହେଁ, ତିନି ତିନିଟି ଶବ ଶ୍ମଶାନ ସମାଧି ସ୍ଥଳରୁ ଗାଏବ ହୋଇଯାଇଛି । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଭଣ୍ଡାରୀପୋଖରୀ ବ୍ଲକ ବୈତରଣୀ ନଦୀ କୂଳରେ ଥିବା ମଣିନାଥପୁର ଗାଁ ଶ୍ମଶାନରୁ ଶବ କୁଆଡ଼େ ଉଭାନ୍‌ ହେଉଥିବା ନେଇ ଅଭିଯୋଗ ହୋଇଛି ।

୨୦ ଦିନ ତଳେ ମୃତ୍ୟୁବରଣ କରିଥିବା ମଣିନାଥପୁର ଗାଁର ଅକ୍ଷୟ ବେହେରା, ଦୀନବନ୍ଧୁ ନାଥ ଆଉ ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଶ୍ରୀକାନ୍ତ ବେହୁରିଆଙ୍କ ଶବ ମଶାଣିରେ ପୋତି ଦିଆଯାଇଥିଲା । ଗତକାଲି ସକାଳେ ଗାଁର କିଛି ପିଲା ସମାଧି ସ୍ଥଳ ଖୋଳା ଯାଇ ଶବ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।

ଶବ ଗାଏବ ହେବା ଖବର ଜଣପଡ଼ିବା ପରେ ଶହ ଶହ ଗ୍ରାମବାସୀ ସେଠି ରୁଣ୍ଡ ହୋଇ ଯାଇଥିଲେ । ତେବେ ଶବ ପୋତା ହୋଇଥିବା ସ୍ଥାନରେ ଗାତ ଖୋଳା ହେବା ସହ ଶବର ପିନ୍ଧା ଲୁଗା, ଦୁର୍ବୃତ୍ତଙ୍କ ପାଦ ଚିହ୍ନ, ଆଉ ଶବ ଗୁଡ଼ିକ ଘୋସାରି ନିଆଯାଇଥିବାର ଦାଗ ରହିଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଶବ ଚୋରି କରି ନେଇଥିବା କୁହାଯାଉଛି । ପୂର୍ବଦିନ ଅପରାହ୍ନରେ ହିନ୍ଦୀ ଭାଷାରେ କଥା ହେଉଥିବା ୩ରୁ ୪ ଜଣ ଯୁବକ ମଶାଣି ନିକଟରେ ବୁଲୁଥିବା ଦେଖଶ ଯାଇଥିଲା । ଘଟଣାରେ ସେମାନଙ୍କ ସଂପୃକ୍ତି ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଅନ୍ଯପଟେ କୌଣସି ରାକେଟ ମାଧ୍ୟମରେ ମେଡ଼ିକାଲ କଲେଜ ଲ୍ଯାବ ପାଇଁ ଆବଶ୍ଯକ କଙ୍କାଳ ନିମନ୍ତେ ହେଉ କିମ୍ବା ତନ୍ତ୍ରମନ୍ତ୍ର ପାଇଁ କେହି ସାଧକ ଶବ ଚୋରି କରିଥିବା ଚର୍ଚ୍ଚା ହେଉଛି । ଘଟଣାର ତଦନ୍ତ କରି ଶବ ଗାୟବ ହେବା ପଛର ରହସ୍ୟ ଉପରୁ ପରଦା ଉଠାଇବାକୁ ଗାଁ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.