Below header

କୋଭିଡ୍‌ ଆକ୍ରାନ୍ତ ଗ୍ରାମରକ୍ଷୀଙ୍କ ମୃତଦେହ ପଡ଼ି ରହିଛି କ୍ଲବ୍‌ ଘରେ, ପ୍ରଶାସନର ନିଦ ଭାଙ୍ଗୁନି

କ୍ଲବ୍‌ ଘରେ ପଡ଼ି ରହିଛି ଗ୍ରାମରକ୍ଷୀଙ୍କ ମୃତଦେହ । ଗାଁ ଲୋକେ ସରପଞ୍ଚ ଓ ବିଡିଓଙ୍କ ଠାରୁ ଆରମ୍ଭ କରି ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଆସୁ ନାହାନ୍ତି । ଲୋକେ ସେମିତି ରାସ୍ତା ଉପରେ ଜଗି ବସିଛନ୍ତି । ଏଭଳି ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି ପୁରୀ ଜିଲ୍ଲା ନିମାପଡ଼ା ଚଅଁରପଦା ଗାଁରେ ।

ଏହି ଗାଁର ଗ୍ରାମରକ୍ଷୀ ଜଗନ୍ନାଥ ମଲ୍ଲିକ କୋଭିଡ୍‌ରେ ଆକ୍ରାନ୍ତ ଥିଲେ । ତେଣୁ ତାଙ୍କୁ ଗାଁ କ୍ଲବ୍‌ ଘରେ ରଖା ଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହେବା ପରେ ଗାଁ ଲୋକେ ସମସ୍ତଙ୍କୁ ସୂଚନା ଦେଇଥିଲେ । ତେବେ କେହି ବି ଆସି ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ମୃତ ସୁଶାନ୍ତ କୋଭିଡ୍‌ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ଦାହ ସଂସ୍କାର ମଧ୍ୟ ଏମାନେ କରି ପାରୁନାହାନ୍ତି । ତେଣୁ ଦୀର୍ଘ ସମୟ ଧରି ଲୋକେ ସେମିତି ଅପେକ୍ଷା କରି ରହିଛନ୍ତି । ଚଅଁର ଗାଁ ଲୋକଙ୍କ କଥା କଣ ପ୍ରଶାସନ କାନରେ ପଡୁନିକି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.