ଚୀନରେ ମହିଳାମାନେ କାହିଁକି ନିଜ ସ୍ୱାମୀଙ୍କୁ ଖୁଆଇ ଦେଉଛନ୍ତି ନପୁଂସକ କରିଦେଲା ଭଳି ଔଷଧ? ଜାଣନ୍ତୁ ଏହା ପଛର ରହସ୍ୟ

ଚୀନରେ ସ୍ୱାମୀଙ୍କ ଧୋକାବାଜିରୁ ବର୍ତ୍ତିବା ପାଇଁ ମହିଳାମାନେ ନୂଆ ଉପାୟ ଆପଣାଇଛନ୍ତି। ଏମିତି ଉପାୟ, ଯାହା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ପାର୍ଟନର ଯେପରି ତାଙ୍କୁ ଧୋକା ନ ଦେବ ଏବଂ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ନ ହେବ, ସେଥିପାଇଁ କିଛି ମହିଳା ନିଜ ସ୍ୱାମୀଙ୍କୁ ଗୁପ୍ତରେ ଔଷଧ ଦେଉଛନ୍ତି। ତେବେ ଏହା କୌଣସି ସାଧାରଣ ଔଷଧ ନୁହେଁ, ବରଂ ମର୍ଦ୍ଦଙ୍କୁ ନପୁଂସକ କରିଦେଲା ଭଳି ଔଷଧ। ସ୍ତ୍ରୀମାନେ ଏକଦମ୍‌ ଲୁଚାଛପା ତରିକାରେ ସ୍ୱାମୀମାନଙ୍କୁ ଏହି ଔଷଧ ଖୁଆଇ ଦେଉଛନ୍ତି।

ଏକ ରିପୋର୍ଟରୁ ଜଣାପଡ଼ିଛି, ଏହି ଔଷଧ ଡାୟଥାଇଲଷ୍ଟିଲବେଷ୍ଟ୍ରୋଲ। ଏହା ଏକ ପ୍ରକାରର ସିନ୍ଥେଟିକ ଏଷ୍ଟ୍ରୋଜନ, ଯାହା ପୁରୁଷମାନଙ୍କୁ ଇରେକ୍ସନରୁ ରୋକିଥାଏ। କିଛି ମହିଳା ଅନଲାଇନ ଜରିଆରେ ଔଷଧ ଅର୍ଡର କରିଥାଆନ୍ତି ଏବଂ ଗୁପ୍ତ ଉପାୟରେ କୌଣସି ଖାଦ୍ୟ କିମ୍ବା ପେୟ ପଦାର୍ଥରେ ମିଶାଇ ସ୍ୱାମୀମାନଙ୍କୁ ଖୁଆଇ ଦିଅନ୍ତି। ତେବେ ଏହି ମାମଲାରେ କିଛି ମହିଳାଙ୍କର ଫିଡ୍‌ବ୍ୟାକ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏହାକୁ ଫଳପ୍ରଦ ବୋଲି କହିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏହି ଔଷଧକୁ କାର୍ସିନୋଜନ ରୂପେ ଚିହ୍ନଟ କରାଯାଇଛି।

ସେପଟେ ଏ ସମ୍ପର୍କିତ ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନଲାଇନ ପ୍ଲାଟଫର୍ମରୁ ଏହି ଔଷଧ ଗାଏବ ହୋଇଯାଇଛି। କିଛି ଜାଗାରେ ଏବେ ବି ଧଳା ପାଉଡର ରୂପରେ ଔଷଧ ବିକ୍ରି କରାଯାଉଛି। ଏହା ଗନ୍ଧହୀନ ଏବଂ ତୁରନ୍ତ ପାଣିରେ ମିଳେଇ ଯାଉଛି। କୁହାଯାଉଛି କି, ଏକ ଦୋକାନ ମାସକ ଭିତରେ ୧୦୦ରୁ ଅଧିକ ଗ୍ରାହକଙ୍କୁ ଏହି ଔଷଧ ବିକ୍ରି କରିଛି। ଦୋକାନୀଙ୍କ କହିବା ହେଲା, ଔଷଧ ୧୫ ଦିନ ଭିତରେ ନିଜ ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇଥାଏ।

ଚୀନରେ ଆଇନ ବିଶେଷଜ୍ଞଙ୍କ କହିବା ହେଲା, ଏମିତି ସ୍ତ୍ରୀମାନଙ୍କୁ ଧ୍ୟାନ ରଖିବା ଉଚିତ ଯେ ଯଦି ସ୍ୱାମୀମାନଙ୍କୁ କୌଣସି ଶାରୀରିକ ହାନି ପହଞ୍ଚେ, ତ ସେମାନଙ୍କୁ ଆପରାଧିକ ଆଇନର ସାମ୍ନା କରିବାକୁ ପଡ଼ିପାରେ। ଏପରିକି, ଅନଲାଇନ ଔଷଧ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ବି କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ। ଏଥିସହିତ ସେମାନଙ୍କ ମେଡିକାଲ ଲାଇସେନ୍ସ ବି ରଦ୍ଦ କରି ଦିଆଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.