ଆସନ୍ତା ସୋମବାର ଯାଏଁ ପୁରୀ କୋର୍ଟ ଓ ୧୫ ତାରିଖ ଯାଏଁ ବାର୍ ଆସୋସିଏସନ ସଟଡାଉନ୍

ପୁରୀ (କେନ୍ୟୁଜ) : ପୁରୀ ଜିଲ୍ଲା ଓକିଲ ସଂଘର ଅନେକ ସଦସ୍ୟ ଓ କୋର୍ଟ କର୍ମଚାରୀ କରୋନାରେ ଆକ୍ରାନ୍ତ। ଏପରିକି ୪ ଜଣ ଆଇନଜୀବୀ ପ୍ରାଣ ମୃତ୍ୟୁବରଣ କରିସାରିଲେଣି । ଏହି କାରଣରୁ ଆସନ୍ତା ସୋମବାର ଯାଏଁ ପୁରୀ କୋର୍ଟ ଓ ୧୫ ତାରିଖ ଯାଏଁ ବାର୍ ଆସୋସିଏସନ ସଟଡାଉନ୍ କରାଯାଇଛି । କୌଣସି ବ୍ୟକ୍ତି ବାର୍ କିମ୍ବା କୋର୍ଟକୁ ନଆସିବାକୁ ଅନୁରୋଧ କରାଯାଇଛି। ଜରୁରୀକାଳୀନ ଜାମିନ ପାଇଁ ଓକିଲମାନେ ଘରେ ରହି ଭର୍ଚୁଆଲ ମାଧ୍ୟମରେ କରିବେ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.