Below header

ଭଦ୍ରକ: ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ୪ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍):  ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ  ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶୁ ଚିକିତ୍ସା ପରେ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଗୁରୁତର ଆହତ ଅମୁଲ୍ୟ ଦାସ, ପାର୍ବତୀ ଦାସ, ରଞ୍ଜିତା ଦାସ ଓ ଅହଲ୍ୟା ଦାସ ବୋଲି ମେଡିକାଲ ସୂତ୍ରରୁ ସୂଚନା ମିଳିଛି ।

ସେମାନଙ୍କ ଘର ବାଂଶଡା ଖଦାଳପୋଖରୀ ପଂଚାୟତ ଅଧିନ ଭିଇଁପୁର ଗାଁରେ। ଗତ ୪ ଦିନ ତଳେ ଗାଁର ଅପରପକ୍ଷଙ୍କ ସହିତ ଘରୋଇ ଝଗଡା ହୋଇଥିବା ବେଳେ ଶନିବାର ରାତିରେ ଅପରପକ୍ଷ ତରଫରୁ  ମିଳିତଭାବେ ଏମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ କ୍ଷତାକ୍ତ ଓ ରକ୍ତାକ୍ତ ହୋଇ ଏହି ୪ ଜଣ  ତଳେ ପଡିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.