ଖୋଲିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର,କେବଳ ୫ଜଣଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଉଛି

ସମ୍ବଲପୁର(କେନ୍ୟୁଜ୍):  ଆଜିଠୁ ଖୋଲିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ବେଢା ପରିସରରେ କଟକଣା ଜାରି ହୋଇଛି। ଗୋଟିଏ ସମୟରେ କେବଳ ୫ଜଣଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଉଛି। ମନ୍ଦିର ପରିସରରେ ମାସ୍କ , ସାନିଟାଇଜର ଓ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗମ୍ଭୀରା ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଦୀପ, ଧୂପ ଓ ଭଗୋ ନେବାକୁ ବାରଣ କରାଯାଇଛି।

ଦୁଇଟି ପର୍ଯ୍ୟାୟରେ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ ୬ଟାରୁ ୧୧ଟା ୩୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍‌ଣ ୩ଟାରୁ ୭ଟା ୩୦ ଯାଏ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି । ପ୍ରଥମ ୫ଦିନ ସମ୍ବଲପୁର ବାସିନ୍ଦାଙ୍କୁ ଦର୍ଶନ ସୁବିଧା ମିଳିବ। ୮ ତାରିଖରୁ ସର୍ବସାଧାରଣ ଦର୍ଶନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.