Below header

ସ୍ବତନ୍ତ୍ର ମୂକ ବଧିର ସ୍କୁଲରୁ ନିଖୋଜ ଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ(କେନ୍ୟୁଜ୍): ବଳରାମ ପ୍ରସାଦ ସ୍ଥିତ ନକୁଳ ଚନ୍ଦ୍ର ସ୍ବତନ୍ତ୍ର ମୂକ ବଧିର ସ୍କୁଲରୁ ନିଖୋଜ ଥିବା ଛାତ୍ରୀଙ୍କ ମୃତଦେହ ସ୍କୁଲ ନିକଟରେ ଯାଇଥିବା ନନ୍ଦିରା ନାଳରୁ ଉଦ୍ଧାର। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ ସ୍ଥିତ ନକୁଳ ଚନ୍ଦ୍ର ସ୍ବତନ୍ତ୍ର ମୂକ ବଧିର ସ୍କୁଲରୁ ଗତ ମାସ ଜୁନ ୨୨ ତାରିଖରୁ ନିଖୋଜ ଥିଲେ ଛାତ୍ରୀ ଇତିଶ୍ରୀ ବିଶ୍ବାଳ। ତେବେ ଗତକାଲି  ସ୍କୁଲ ନିକଟରେ ଯାଇଥିବା ଏକ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ ବଅଁରପାଳ ଥାନା ଏବଂ ନାଲକୋ ଥାନା ମିଳିତ ଭାବରେ ପହଁଚି ଶବ କୁ ଜବତ କରିଥିବା ବେଳେ ତଦନ୍ତ ଚଳାଇଛି। ତେବେ ସଳଚନା ଥାଉକି, ଇତିଶ୍ରୀଙ୍କ ଘର ନୂଆସାହି ଗ୍ରାମରେ। ତାଙ୍କ ବୟସ ମାତ୍ର  ୮ ବର୍ଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.