ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲିଗୁଡା(କେନ୍ୟୁଜ୍): ଯାତ୍ରୀବାହୀ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବାଲିଗୁଡା ଥାନା ବାଟାଗୁଡା ବ୍ରିଜ଼ ନିକଟରେ ଗତକାଲି ରାତିରେ ଶ୍ରୀରାମ ନାମକ ବସ ଟି ବାଇକରେ ଯାଉଥିବା ଏକ ଯୁବକକୁ ଧକ୍କା ଦେଇଥିଲା। ଯାହାଫଳରେ ଯୁବକ ଜଣକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ ହେଲେ ରୁତୁଙ୍ଗିଆ ଗ୍ରାମର ଅଜିତ ମଳିକ ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ବାଲିଗୁଡାରୁ ବ୍ରହ୍ମପୁର-ରାୟପୁର-ରାୟଗଡା-ଭୁବନେଶ୍ୱର ରାସ୍ତାରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ଭାବେ ଠପ ହୋଇ ପଡିଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ପରିବାର ମୃତଦେହ ରଖି ରାଜରାସ୍ତା ରେ ବସି ରହିଛନ୍ତି । ଯାହା ଫଳରେ ସହ ସହ ଗାଡି ମୋଟର ରାସ୍ତାରେ ଠିଆ ହୋଇ ରହିଛି । ବାଲିଗୁଡା ଏସଡିପିଓ ଓ ଆଇଆଇସି ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ବୁଝାସୁଝା କରୁଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା ପୋଲିସର ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ଆଲୋଚନା ସଫଳ ହୋଇନଥିବା ସହ ରାସ୍ତା ଅବରୋଧ ହଟିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.