Below header

ବଙ୍ଗୋମୁଣ୍ଡା ଧୁଣ୍ଡିମହୁଲ ଗାଁରେ ବଜ୍ରପାତ: ମା’ ଆଗରେ ଚାଲିଗଲା ପୁଅର ଜୀବନ

କଣ୍ଟାବାଞ୍ଜି(କେନ୍ୟୁଜ୍): ମା’ ଆଗରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ବ୍ରଜପାତ ନେଇଗଲା ପୁଅର ଜୀବନ । ଏପଟେ ମା’ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା ଧୁଣ୍ଡିମହୁଲ ଗାଁରେ । ମା’ ପୁଅ କପା ବିଲରେ କାମ କରୁଥିବା ବେଳେ ଅଚାନକ ଘଡଘଡି ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ପୁଅ ଗଜାନନ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ମାଁ ଭରଦେଇ ସାହୁ ଗୁରୁତର ହୋଇଛନ୍ତି ।

ତାଙ୍କୁ ବଙ୍ଗୋମୁଣ୍ଡା ଡାକ୍ତରଖାନାକୁ ନିଆଯାଇଛି । ଭେଣ୍ଡିଆ ପୁଅଙ୍କ ଜୀବନ ଅକାଳରେ ଚାଲିଯାଇଥିବା ଯୋଗୁ ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.