ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୪୭୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରେ କେସ୍‌ ୨୦୦ ପାର୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍‌। କ୍ରମାଗତ ତୃତୀୟ ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଚାରି ଶହ ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୭୦ ପଜିଟିଭ୍‌ । ଖୋର୍ଦ୍ଧାରେ ପଜିଟିଭ୍‌ କେସ୍‌ ୨୦୦ ପାର୍‌ କରିଛି। ୨୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କଟକରେ ଗତ ୨୪ ଘଣ୍ଟାରେ ୯୪ଜଣ ସଂକ୍ରମିତ ରହିଛନ୍ତି।କ୍ୱାରେଣ୍ଟିନରୁ ୨୭୬ ଓ ଲୋକାଲ୍‌ କଣ୍ଟାକ୍ଟ’କେସ୍‌ ରହିଛି ୧୯୪ । ୧୮ ବର୍ଷରୁ କମ ବୟସ ବର୍ଗରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୨ହଜାର ୪୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୨ହଜାର ୪୧୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧୨ଲକ୍ଷ ୮୦ହଜାର ୭୫୦ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.