Below header

ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ ୧୭ ତାରିଖ ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସକୁ ଅତି ନିରାଡ଼ମ୍ବର ଭାବରେ ପାଳନ କରୁଛି ବିଜେଡି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ ୧୭ ତାରିଖ ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସକୁ ଅତି ନିରାଡ଼ମ୍ବର ଭାବରେ ପାଳନ କରୁଛି ବିଜେଡି ।

ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଉଛି । ଆଜି ବିଜୁ ବାବୁଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ବିଜୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତିସଭା, ରକ୍ତଦାନ ଶିବିର, ସମୁହ ଦୀପଦାନ ଆଦି କାର୍ଯ୍ୟକ୍ରମ ରହିଛି । ବିଜୁବାବୁଙ୍କ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ।

ଦାରିଦ୍ର୍ୟ ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବା ସହିତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, କୃଷି କ୍ଷେତ୍ରର ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତିକରଣ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି, ଉତ୍କଳୀୟ ସ୍ୱାଭିମାନର ସୁରକ୍ଷା ପଥର ପୁରୋଧା ଥିଲେ ।

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଭୁବନେଶ୍ୱର ବିନ୍ଦୁସାଗର କୂଳରେ ତିଳ ତର୍ପଣ ଅର୍ପଣ କରାଯାଉଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟଜ, ଉତ୍ତର ବିଧାୟକ, ମଧ୍ୟ ବିଧାୟକ ଓ ସ୍ଥାନୀୟ କର୍ପୋରେଟରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.