ଆଜିଠୁ ଗ୍ରୀଷ୍ମପ୍ରବାହରେ ଲାଗିବ ବ୍ରେକ୍‌, ମଧ୍ୟମ ଧରଣର ବର୍ଷାର ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜିଠୁ ଗ୍ରୀଷ୍ମପ୍ରବାହରେ ଲାଗିବ ବ୍ରେକ୍‌ । ନିମ୍ନ ଚାପ ରେଖା ଉତ୍ତର ପୂର୍ବ ଝାଡ଼ଖଣ୍ଡରୁ ବାହାରି ଓଡ଼ିଶା ଦେଇ ଗତି କରୁଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିଠୁ ଗ୍ରୀଷ୍ମପ୍ରବାହରେ ଲାଗିବ ବ୍ରେକ୍‌ । ନିମ୍ନ ଚାପ ରେଖା ଉତ୍ତର ପୂର୍ବ ଝାଡ଼ଖଣ୍ଡରୁ ବାହାରି ଓଡ଼ିଶା ଦେଇ ଗତି କରୁଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଆସନ୍ତାକାଲି ୧୧ ଜିଲ୍ଲା ଓ ୧୯ ତାରିଖରେ ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ୨୦ ତାରିଖରେ ୨୨ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ରହିଛି । ଗତକାଲି ୪୩ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ବୌଦ୍ଧ ସମ୍ବଲପୁର ଓ ତାଳଚେରରେ ୪୨ ଡିଗ୍ରୀ ଟପିଛି ପାରା । ୪୦ ଡିଗ୍ରୀ ଉପରେ ରହିଛି ୨୨ ସହର ତାପମାତ୍ରା। ତାତି କମିଲେ ବି ୪୦ ଡିଗ୍ରୀ ତଳକୁ ଖସିବନି ପାରଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.