Below header

ଆଜିର ରାଶିଫଳ: ଆଜି ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ଆର୍ଥିକ ସ୍ଥିତି ଦୃଢ଼ ହେବ

ଆଜି ମିତ୍ରମାନଙ୍କ ସହିତ ଆପଣ ବହୁତ ବ୍ୟସ୍ତ ରହିବେ। ମିତ୍ରଙ୍କ ଉପରେ ପଇସା ଖର୍ଚ୍ଚ କରିବେ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ପ୍ରମୋସନର ଖବର ମିଳିବ।

ମେଷ: ଆଜି ମିତ୍ରମାନଙ୍କ ସହିତ ଆପଣ ବହୁତ ବ୍ୟସ୍ତ ରହିବେ। ଆପଣ ବି ମିତ୍ରଙ୍କ ଉପରେ ପଇସା ଖର୍ଚ୍ଚ କରିବେ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ପ୍ରମୋସନର ଖବର ମିଳିବ। ଅଧିକାରୀମାନଙ୍କ ସହଯୋଗ ମିଳିବ। ଗୃହସ୍ଥ ଜୀବନରେ ସୁଖ, ଶାନ୍ତି ରହିବ। ଅଧୁରା କାମ ପୂରା କରିବେ।

ମିଥୁନ: ଆପଣଙ୍କ ଦିନ ପ୍ରତିକୂଳ ରହିପାରେ। ମାନସିକ ଚିନ୍ତା ରହିବ। କାମ କରିବାରେ ଆଗ୍ରହ ଆସିବ ନାହିଁ। ଧନ ଅଧିକ ଖର୍ଚ୍ଚ ହୋଇପାରେ।

କର୍କଟ: ଆଜି ପରିବାର ସଦସ୍ୟଙ୍କ ସହିତ ବାଦ ବିବାଦ କରନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଅଧିକ ଖର୍ଚ୍ଚର ସମ୍ଭାବନା ରହିଛି। ଈଶ୍ୱରଙ୍କ ସ୍ମରଣ ଦ୍ୱାରା ମନକୁ ଶାନ୍ତି ମିଳିବ।

ସିଂହ: ଆଜିର ଦିନ ଫଳଦାୟୀ ରହିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କିନ୍ତୁ ଘରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ସାଙ୍ଗଙ୍କ ସହିତ ଭେଟ ହୋଇପାରେ।

କନ୍ୟା: ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ। ପରିବାରରେ ସୁଖ, ଶାନ୍ତିର ବାତାବରଣ ରହିବ। ଆର୍ଥିକ ରୂପେ ଲାଭବାନ ହେବେ। ମାନ, ସମ୍ମାନ ମିଳିବ।

ତୁଳା: ପାଠପଢ଼ାରେ ବାଧା ଆସିପାରେ। ଆଜି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଚାକିରିଆମାନେ କାମ ପୂରା କରିବା ପାଇଁ ବରିଷ୍ଠଙ୍କ ସହଯୋଗ ନେଇପାରନ୍ତି।

ବିଛା: ଆଜିର ଦିନ ଆପଣଙ୍କୁ ଅଜଣା ଭୟ ଘାରିବ। କୌଣସି ନା କୌଣସି କଥାକୁ ନେଇ ଆପଣ ଚିନ୍ତା କରିବେ। ବ୍ୟବସାୟରେ ସମସ୍ୟା ଆସିପାରେ।

ଧନୁ: ନୂଆ କାମ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଛୋଟ ଯାତ୍ରା କରିପାରନ୍ତି। ବ୍ୟବସାୟରେ ପ୍ରଗତି ହେବ। ସାଙ୍ଗଙ୍କ ସହ ଭେଟ ସୁଖଦ ରହିବ।

ମକର: ବାଣୀ ଉପରେ ସଂଯମ ରଖନ୍ତୁ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଆଖିର ପୀଡ଼ା ହୋଇପାରେ। ଆଜି ଜୀବନସାଥୀଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିବ।

କୁମ୍ଭ: ଆର୍ଥିକ ରୂପେ ଆଜିର ଦିନ ଆପଣଙ୍କ ପାଇଁ ଭଲ। ମିତ୍ରଙ୍କ ସହିତ ବାହାରକୁ ଯିବାର ଯୋଜନା କରିବେ। ଧନ ପ୍ରାପ୍ତ ହୋଇପାରେ। ପୂରା ଦିନ ଖୁସିରେ ବିତିବ।

ମୀନ: ଆଜି ଆପଣଙ୍କ ମନ ବିଚଳିତ ରହିବ। କୌଣସି ଜରୁରୀ କାମରେ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଆଇନ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.