ମାତିଲେ ପଲସର ଲୁଟେରା,ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ କଲେ ଲୁଟ୍‌

ରାଉରକେଲା:  ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟ୍‌ । ମହିଳାଙ୍କୁ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ତିନି ଦୁର୍ବୃତ୍ତ ଫେରାର । ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା କଲୁଙ୍ଗା ଲ୍ୟାମ୍ପସରେ ଏହି ଲୁଟ୍‌ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଲ୍ୟାମ୍ପସ ଆକାଉଣ୍ଟ ବିଭାଗରେ କାମ କରୁଥିବା ସତ୍ୟଭାମା ବେହେରା ଲକରରୁ ଏକ ବ୍ୟାଗରେ ୩ ଲକ୍ଷ ୯୭ ହଜାର ୮୧୭ ଟଙ୍କା ଧରି ଲ୍ୟାମ୍ପସ ପରିସରରେ ଥିବା କ୍ୟାସ କାଉଣ୍ଟରକୁ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ ।

 

ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇ ସେମାନେ ଫେରାର ହୋଇଯାଇଛନ୍ତି । ପଲସରରେ ତିନି ଜଣ ଦୁର୍ବୃତ୍ତ ଆସିଥିବା ବେଳେ ସେମାନେ ଗାମୁଛାରେ ମୁହଁ ବାନ୍ଧି ଥିଲେ ବୋଲି ଅଭିଯୋଗ ହୋଇଛି । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.