Below header

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଡିପ୍‌ ଡିପ୍ରେସନ: ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ, ୧୦ରୁ ଉପକୂଳ ଓଡ଼ିଶାରେ ବର୍ଷା-ପବନ

ଭୁବନେଶ୍ବର(କେନ୍ୟୁଜ) : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଡିପ୍‌ ଡିପ୍ରେସନ । କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା । ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ସାମୁଦ୍ରିକ ଝ଼ଡ । ବର୍ତ୍ତମାନ ଗଭୀର ଅବପାତ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି ।

ପୁରୀଠାରୁ ଏହା ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୧୧ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବା ପରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ଧାରଣ କରିବା ପରେ ପବନର ବେଗ ଘଣ୍ଟାପ୍ରତି ୧୦୫ରୁ ୧୧୫ କିଲୋମିଟର ରହିବ । ପବନର ବେଗ ବଢ଼ି ୧୨୫ କିଲୋମିଟର ଛୁଇଁପାରେ ।

୯ ତାରିଖରେ ଘଣ୍ଟାପ୍ରତି ୧୦୫-୧୧୫ କିଲୋମିଟର ଓ ଏହା ବଢ଼ି ୧୨୫ କିଲୋମିଟର ରହିପାରେ । ସମାନ୍ତରାଳ ଭାବରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା । କିନ୍ତୁ ଲାଣ୍ଡଫଲ୍‌ କରିବ ନାହିଁ । ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ରୁ ଉପକୂଳ ଓଡ଼ିଶାରେ ବର୍ଷା ପବନ ହେବ ।

୩ ଜିଲ୍ଲା ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷିବ । ୧୧ ତାରିଖରେ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ ତାରିଖରୁ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.