ଉଲିବୁରୁ ଖଣି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଅନ୍ତରୀଣ ଜାମିନ

କଟକ (କେନ୍ୟୁଜ): ଅକ୍ଟୋବର ୧ ତାରିଖ ଠାରୁ ୨୦୨୧ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଯାଇପାରିବେ ଉଲିବୁରୁ ଖଣି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା । ଆଜି ହାଇର୍କୋଟ ତରଫରୁ ତାଙ୍କୁ ସର୍ତ୍ତ ମୂଳକ ଜାମିନ ମଞ୍ଜୁର କରାଯାଇଛି।ତେବେ ଜାମିନରେ ଯିବାକୁ ହେଲେ ଦୀପକ ଗୁପ୍ତାଙ୍କୁ ୧ କୋଟି ଟଙ୍କାର ଜମା ରାଶି ଦେଵାକୁ ପଡିବ । ସେହିପରି୨ କୋଟିର ବ୍ୟାଙ୍କ ସିଓରିଟି ଓ ୨ ଜଣ ଜାମିନଦାର ଵଦଳରେ ସେ ଜାମିନ ପାଇପାରିବେ । ତା ସହିତ ତଦନ୍ତରେ ସହଯୋଗ ଏବଂ ପାସପୋର୍ଟ ଦାଖଲ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେପ୍ଟେମ୍ବର ୫ , ୨୦୧୩ ମସିହାରେ ଗିରଫ ହେଲା ପରଠାରୁ ନ୍ୟାୟିକ ହେପାଜତରେ ରହିଥିବା ଗୁପ୍ତା ପୁର୍ବରୁ ହାଇର୍କୋଟରେ ଜାମିନ ଆବେଦନ କରି ବିଫଳ ହେବା ପରେ ଦୁଇଥର ସୁର୍ପିମ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଫେବୃଆରୀ ୪ରେଜାମିନ ଆବେଦନ କରିବା ପରେ ଜୁନ୍‌ ୨ରେ ମଧ୍ୟବର୍ତ୍ତିକାଳିନ ଜାମିନ ଆବେଦନ କରାଯାଇଥିଲା ।ଉଲିବୁରୁ ଖଣି ମହାଦୁର୍ନୀତିରେ ଛନ୍ଦି ହୋଇଛନ୍ତି ଦୀପକ ଗୁପ୍ତା , ତାଙ୍କ ଗିରଫଦାରୀ କୁ ୭ ଵର୍ଷ ବିତିଯାଇଥିଲେ ବି ବିଚାର ପ୍ରକ୍ରିୟାରେ ସେଭଳି ଅଗ୍ରଗତି ହୋଇନାହିଁ । ଏପରିକି ଦୀପକଙ୍କୁ ନୀୟମିତ ଜାମିନ ମଧ୍ୟ ମିଳିନାହିଁ । ବିଚାର ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ଦୀପକଙ୍କୁ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ।