ହଟିଲା ସସପେନ୍ସ,: ପୁରୀ ବାଲୁଖଣ୍ଡରେ ଚିତ୍ରା ହରିଣ ସୁରକ୍ଷିତ, କ୍ୟାମେରାରେ କଏଦ ହେଲା ଫଟୋ

ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ଖୁସି ଖବର। ସୁରକ୍ଷିତ ଅଛନ୍ତି ଚିତ୍ରା ହରିଣ। ବାତ୍ୟା ପରେ ପ୍ରଥମ ଥର ସେମାନଙ୍କ ସନ୍ଧାନ ମିଳିଛି। କ୍ୟାମେରାରେ କଏଦ ହୋଇଛି ଚିତ୍ରା ହରିଣଙ୍କ ଫଟୋ। ଏହାସହ ବାତ୍ୟା ପରେ ହରିଣଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି। କାରଣ ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟ ଓ ଏଠାକାର ଚିତ୍ରା ହରିଣ ପର୍ଯ୍ୟଟକଙ୍କୁ ବିମୋହିତ କରେ।

ବାଲୁଖଣ୍ଡ ଅଭୟାରଣ୍ୟ। ପ୍ରଳୟଙ୍କାରୀ ବାତ୍ୟା ଫନି ମାଡରେ ଛାରଖାର ହୋଇଗଲା। ଶହ ଶହ ଏକର ସଂରକ୍ଷିତ ଝାଉଁବଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଅଭୟାରଣ୍ୟରେ ରହୁଥିବା ଶହ ଶହ ହରିଣଙ୍କ ଅବସ୍ଥା କଣ ଥିବ ସେ ଖବର ନଥିଲା କାହା ପାଖରେ। ଏବେ ସସପେନ୍ସ ଉପରୁ ପରଦା ହଟାଇଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ଜାରି ହୋଇଛି ହରିଣଙ୍କ କିଛି ଫଟୋ। ଇଏ ହେଉଛି ସେସବୁ ଫଟୋ। ଯେଉଁଥିରେ ଚିତ୍ରା ହରିଣଙ୍କ ଉପସ୍ଥିତି ନଜରକୁ ଆସିଛି। ଏକାଠି କିଛି ହରିଣ ଠିଆ ହୋଇଛନ୍ତି। ଗତକାଲି କ୍ୟାମେରାରେ ଏସବୁ ଫଟୋ କଏଦ ହୋଇଥିଲା। ଏଠାରେ ହରିଣ ସୁରକ୍ଷିତ ଥିବା ଜଣା ପଡ଼ିଛି। ଯାହାକି ପ୍ରକୃତି ଓ ବନ୍ୟପ୍ରେମୀଙ୍କ ପାଇଁ ଖୁସି ଖବର।

ବାତ୍ୟା ପରେ ବାଲୁଖଣ୍ଡରେ ହରିଣଙ୍କୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। କାରଣ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ କଡରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଫନି ମାଡ଼ରେ ହରାଇଛି ତାର ଅପରୂପ ସୌନ୍ଦର୍ଯ୍ୟ। ବାସ ହରାଇଛନ୍ତି ହରିଣ। ଜଙ୍ଗଲ ଭିତରକୁ ଯିବା ସମ୍ଭବପର ନଥିବାରୁ ସେମାନଙ୍କ ପରିସ୍ଥିତି ଆକଳନ କରିବା ବି ବନ ବିଭାଗ ପାଇଁ ବେଶ ମୁସ୍କିଲ ଥିଲା। ଦିନ ଦିନ ପରେ ବି ମିଳୁ ନଥିଲା ହରିଣଙ୍କର ପତ୍ତା। ତେଣୁ କୁହାଯାଉଥିଲା, ଅଭୟାରଣ୍ୟରେ ଥିବା ଶହ ଶହ ହରିଣଙ୍କ ମୃତ୍ୟୁ ହୋଇଛି। ଏହାପରେ ହରିଣଙ୍କୁ ଖୋଜିବା ଆରମ୍ଭ କରିଥିଲେ ବନ ବିଭାଗର ବିଭିନ୍ନ ଟିମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.