ବାଲିଗୁଡା: ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବି

ବାଲିଗୁଡା(କେନ୍ଯୁଜ୍): ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବିରେ ବାଲିଗୁଡା ମେଡିକାଲରେ ଆଜି ମଧ୍ୟ ଉତ୍ତେଜନା ଦେଖାଦେଇଛି। ସଂପୃକ୍ତ ଡାକ୍ତରଙ୍କୁ ଗିରଫ ସହ ମୃତ ରବି ଚନ୍ଦ୍ର ଦିଗାଲଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ବାଲିଗୁଡ଼ାରୁ ମୁନିଗୁଡ଼ା-ବ୍ରହ୍ମପୁର-ରାୟପୁର ମୁଖ୍ୟ ରାସ୍ତାର ବାଲିଗୁଡା ମେଡିକାଲ ସାମ୍ନାରେ ଶତାଧିକ ଲୋକ ରାସ୍ତାରୋକରେ ବସିଛନ୍ତି । ଗତକାଲି ବାଲିଗୁଡ଼ା ମେଡିକାଲରେ ସୋଲାଗୁଡ଼ା ପଞ୍ଚାୟତ ତେର୍ଲେପାଙ୍ଗା ଗାଁର ରବି ଚନ୍ଦ୍ର ଦିଗାଲଙ୍କ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ ।

ଅଭିଯୋଗ ଅନୁଯାୟୀ, ରବି ଚନ୍ଦ୍ରଙ୍କ ମୁଣ୍ଡ ଓ ଗୋଡ଼ ହାତ ବଥା ହେଉଥିବାରୁ ସେ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲକୁ ଆସିଥିଲେ ।ହେଲେ ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଅଧିକ ଅସୁସ୍ଥ ହେବା ସହ ରବି ଚନ୍ଦ୍ର ଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଗତକାଲି ରାତିରେ ମଧ୍ୟ ମେଡିକାଲରେ ଉତେଜନା ଦେଖାଦେଇଥିଲା। ଆଜି ଉତ୍ୟକ୍ତ ଲୋକେ ମେଡିକାଲରୁ ରବି ଦିଗାଲଙ୍କ ମୃତ ଦେହ ଆଣି ମେଡିକାଲ ସାମ୍ନାରେ ଜାତୀୟ ରାଜପଥରେ ରଖି ପ୍ରତିବାଦ କରୁଛନ୍ତି । ବାଲିଗୁଡା sdpo ମନୋଜ ପୂଜାରୀ ଓ ତହସିଲଦାର ଶଶାଙ୍କ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଚାପା ଉତେଜନା ନେଇ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.