Below header

ନୂଆ ରୂପ ପାଇବ MLA କଲୋନୀ, ଉଚ୍ଛେଦ କାର୍ଯ୍ୟ ହେଲା ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍):   ନୂଆ ରୂପ ପାଇବ MLA କଲୋନୀ। ଭଙ୍ଗାହେବ ବିଧାୟକଙ୍କ କ୍ୱାର୍ଟର୍ସ । ପ୍ରଥମ ପଯ୍ୟର୍ାୟରେ ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର୍ସକୁ ଭଙ୍ଗାଯିବ । ବର୍ତ୍ତମାନ ଏମଏଲଏ କଲୋନୀ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ୧୫୦ ବିଧାୟକଙ୍କ ପାଇଁ ନିର୍ମାଣ ହେବ କ୍ୱାଟର୍ସ। ପ୍ରତ୍ୟେକ ବିଧାୟକଙ୍କୁ ୭ଟି ରୁମ୍‌ ବିଶିଷ୍ଟ କ୍ୱାର୍ଟର ଦିଆଯିବ। ଆପାର୍ଟମେଣ୍ଟରେ ରହିବ ସମସ୍ତ ଅତ୍ୟାଧୁନିକ ସୁବିଧା । ପାର୍କ, ଜିମ୍‌,ମଲ୍ଟିପାର୍କିଂ,ସୁଇମିଂ ପୁଲ ରହିବ । ବର୍ତ୍ତମାନ ସୁଦ୍ଧା ୨୪ ଜଣ ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଖାଲି କରିଥିବା ବେଳେ ବାକି ଅନ୍ୟ ପୂର୍ବତନ ବିଧାୟକ ତୁରନ୍ତ କ୍ୱାର୍ଟର୍ସ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂଯ୍ୟର୍ ନାରାୟଣ ପାତ୍ର । ଆସନ୍ତା ବର୍ଷକ ଭିତରେ ନୂଆ MLA କଲୋନୀ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡିଲେ ଆଉ ୬ ମାସ ସମୟ ଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.