Below header

ଏଭରେଷ୍ଟକୁ ରାସ୍ତା ଦେଖାଉଛି ୯୮ ବର୍ଷ ଧରି ପଡ଼ି ରହିଥିବା ସତେଜ ଶବ

ଆଜି ହେଉଛି ଅନ୍ତର୍ଜାତୀୟ ପର୍ବତ ଦିବସ। ପ୍ରତିବର୍ଷ ଡିସେମ୍ବର ୧୧ ତାରିଖକୁ ଅନ୍ତର୍ଜାତୀୟ ପର୍ବତ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନକୁ ପାଳନ କରିବା ଅବସରରେ ପର୍ବତ ଆରୋହଣ କରୁଥିବା ସାହସୀ ଆରୋହଣକାରୀଙ୍କୁ ଉତ୍ସାହିତ କରାଯିବା ସହ ପର୍ବତକୁ ନଷ୍ଟ ନ କରିବା ପାଇଁ ପରାମର୍ଶ ଦିଆଯାଏ। ତେବେ ଆଜିର ଦିନରେ ଆସନ୍ତୁ ଜାଣିବା ପୃଥିବୀର ସର୍ବୋଚ୍ଚ ପର୍ବତ ଏଭରେଷ୍ଟ ସମ୍ପର୍କରେ କିଛି ଅଜଣା କଥା।

୧୯୫୩ ମସିହାରେ ଏଡମଣ୍ଡ ହିଲେରୀ ଓ ତେନଜତଙ୍ଗ ନୋର୍ଗେ ପ୍ରଥମ ଥର ପାଇଁ ସଫଳତାର ସହ ଏଭରେଷ୍ଟ ଆରୋହଣ କରିଥିଲେ। ଏହା ତାଙ୍କର ପ୍ରଥମ ପ୍ରଚେଷ୍ଟା ନଥିଲେ। ପୂର୍ବରୁ ୧୯୨୧ ମସିହାରେ ମଧ୍ୟ ସେମାନେ ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏଭରେଷ୍ଟ ଆରୋହଣ କରିବା ଦୁନିଆର ସବୁଠାରୁ କଠିନ କାମ ବୋଲି କୁହାଯାଏ। ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରି ଏବେ ପର୍ଯ୍ୟନ୍ତ ୩୦୮ ଜଣଙ୍କ ମୃତ୍ୟୁ ଘଟିସାରିଲା। ତଥାପି ଏଭରେଷ୍ଟ ବିଜୟ କରିବାକୁ ଆଜି ବି ପର୍ବତାରୋହୀ ଆଗଭର ହେଉଥିବା ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିବା ମାଉଣ୍ଟ ଏଭରେଷ୍ଟ ବିଷୟରେ କେତେକ ରୋଚକ ତଥ୍ୟ:

  • ଏଭରେଷ୍ଟର ଉଚ୍ଚତା ୮୮୪୮ ମିଟର ବା ୨୯,୦୨୯ ଫୁଟ୍‌।
  • ଏଭରେଷ୍ଟ ଚଢ଼ିବା ବେଳେ ସବୁଠାରୁ ଅଧିକ ମୃତ୍ୟୁ ୮୦୦୦ ମିଟର ବା ୨୬,୦୦୦ ଫୁଟରୁ ଊର୍ଦ୍ଧ୍ୱ ଉପରୁ ଆରମ୍ଭ ହୋଇଥାଏ। ଏହାକୁ ଡେଥ୍‌ ଜୋନ୍‌ କୁହାଯାଏ।

  • ଆଜି ପର୍ଯ୍ୟନ୍ତ ନେପାଳର ସର୍ବାଧିକ ୧୧୯ ଜଣଙ୍କ ମୃତ୍ୟୁ ଏଭରେଷ୍ଟ ଚଢ଼ିବା ବେଳେ ହୋଇଛି। ସେହିପରି ଭାରତର ୧୯ ଜଣ, ଜାପାନର ୧୯ ଜଣ, ଆମେରିକାର ୧୭, ୟୁଏସ୍‌ଏର ୧୫, ଚୀନ୍‌ ୧୨, ଦକ୍ଷିଣ କୋରିଆର ୧୧, ଅଷ୍ଟ୍ରେଲିଆ, ଜର୍ମାନୀ, ପୋଲାଣ୍ଡ, ଋଷର ୭ ଜଣ ଲେଖାଏଁ, କାନାଡ଼ା ଓ ଫ୍ରାନ୍ସର ୬ ଜଣ ଲେଖାଏଁ, ଚେକୋସ୍ଲୋଭାକିଆର ୫, ସ୍ପେନ୍‌ର ୪, ବୁଲଗେରିଆ, ଆୟାଲ୍ୟାଣ୍ଡ, ଇଟାଲୀ, ନ୍ୟୁଜିଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡର ୩ ଜଣ ଲେଖାଏଁ, ଅଷ୍ଟ୍ରିଆ, ଚେକ୍‌ ଗଣରାଜ୍ୟ, ଡେନ୍‌ମାର୍କ, ହଙ୍ଗେରୀ, ସ୍ଲୋବେନିଆ, ତାଇବାନ୍‌, ୟୁଗୋସ୍ଲାଭାୟାର ୨ ଜଣ ଲେଖାଏଁ ଓ ଅନ୍ୟ ଦେଶର ୧୩ ଜଣଙ୍କ ମୃତ୍ୟୁ ଘଟିଛି।
  • ଏଭରେଷ୍ଟରେ ମୃତ୍ୟୁବରଣ କରୁଥିବା ପର୍ବତାରୋହୀଙ୍କ ଶବଙ୍କୁ ଫେରାଇ ଆଣିବା ଖୁବ୍‌ କଷ୍ଟସାଧ୍ୟ ଓ ଖର୍ଚ୍ଚବହୁଳ ହୋଇଥାଏ। ଏଣୁ ତାହାକୁ ସେହି ସ୍ଥାନରେ ହିଁ ଛାଡ଼ିଦିଆଯାଇଥାଏ।

  • ପର୍ବତାରୋହୀଙ୍କ ଶବରୁ ହିଁ ଏଭରେଷ୍ଟକୁ ଚଢ଼ିବା ରାସ୍ତା ଜଣାପଡ଼େ। ଏହା ନୂତନ ଆରୋହୀଙ୍କ ପାଇଁ ମାଇଲ୍‌ଖୁଣ୍ଟ ସଦୃଶ୍ୟ କାମ କରିଥାଏ।
  • ଏଭରେଷ୍ଟରେ ପ୍ରାୟ ୯୮ ବର୍ଷ ଧରି ଏହି ମୃତଦେହ ପଡ଼ି ରହିଛି।
  • ଏଭରେଷ୍ଟର ତାପମାତ୍ରା –୧୬ ଡିଗ୍ରୀଠାରୁ ଆରମ୍ଭ କରି –୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ।
  • ବରଫାବୃତ୍ତ ଅଞ୍ଚଳରେ ଥିବାରୁ ଏହି ଶବଗୁଡ଼ିକ ଏବେ ବି ନ ପଚି ସତେଜ ଅବସ୍ଥାରେ ରହିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.