ଡେଣ୍ଡରାଇଟ୍ ନିଶା କବଳରେ କୁନିକୁନି ଜୀବନ

ବାରିପଦା (କେନ୍ୟୁଜ୍) : ଖୁଲମଖୁଲା ନିଶା ସେବନ କରୁଛନ୍ତି କୁନି କୁନି ପିଲା। ଡେଣ୍ଡରାଇଟ୍ ଅଠାରୁ ଛୋଟ ଛୋଟ ଶିଶୁ ନିଶା ସେବନ କରୁଥିବା ଅଭିଯୋଗ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ସହରରେ। ରାସ୍ତା କଡ଼ରେ ବସି ନିଶା ସେବନ କରୁଥିବା ବେଳେ, ଏଥିପ୍ରତି କାହାର ନଜର ନାହିଁ।

ଡେଣ୍ଡରାଇଟ୍ ଅଠାକୁ ଏକ ପ୍ଲାଷ୍ଟିକରେ ରଖି ତାକୁ ଶୁଙ୍ଘିବା ଦ୍ୱାରା ନିଶା ହୋଇଥାଏ ବୋଲି ଶିଶୁମାନେ କହିଛନ୍ତି। ଏମାନଙ୍କୁ ସ୍ଥାନୀୟ ଲୋକ ଧରି ପୋଲିସର ଜିମା ଦେଇଛନ୍ତି। ପୋଲିସ ଏମାନଙ୍କୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି।

Leave A Reply

Your email address will not be published.