ରାୟଗଡା : ବିଷାକ୍ତ ଖାଦ୍ୟ ଖାଇ ଶିଶୁ ମୃତ

ରାୟଗଡା (କେନ୍ୟୁଜ୍) : ବିଷାକ୍ତ ଖାଦ୍ୟ ଖାଇ ଶିଶୁ ମୃତ। ପରିବାରର ଅନ୍ୟ ସଦସ୍ୟ ଗୁରୁତର । ରାୟଗଡା କାଶୀପୁର ବ୍ଳକ୍ କୋଡିଙ୍ଗା ଗାଁରେ ଏହି ଅଘଟଣ ଘଟିଛି। ଗାଁର ଭାଗିରଥୀ ଜାନୀ ଓ ତାଙ୍କ ପରିବାର ଗତ ୩୧ ତାରିଖ ଦିନ କୁକୁଡା ମାଂସ ଖାଇଥିଲେ । ଗତକାଲି ସମସ୍ତଙ୍କୁ ଝାଡାବାନ୍ତି ହେବା ସହ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଜଣେ ଶିଶୁର ମୃତ୍ୟୁ ହୋଇଛି। ପରିବାରର ଅନ୍ୟ ସଦସ୍ୟ ଗୁରୁତର ଅଛନ୍ତି ।

Leave A Reply

Your email address will not be published.