Below header

ଗର୍ଭବତୀ ମହିଳାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ଅଭିଯୋଗ

ମାହାଙ୍ଗା (କେ ନ୍ୟୁଜ୍‌) : ଜଣେ ଗର୍ଭବତୀ ମହିଳାଙ୍କୁ କିରୋସିନି ଢାଳି ମାରିଦେବାକୁ ଚେଷ୍ଟା କରିଥିଲେ ଶାଶୁ ଘର ପରିବାର ଲୋକେ l ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମହିଳା ଜଣକ l ତେବେ ଫାଣ୍ଡିରେ ଏତଲା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ଗର୍ଭବତୀ ମହିଳା

କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଇଟା ମୁଣ୍ଡଳି ଗ୍ରାମର ଘଟଣା । ଏହି ଗାଁର ଉପେନ୍ଦ୍ର ରାଉଳଙ୍କ ପୁଅ କମଳା କାନ୍ତ ରାଉଳଙ୍କୁ ଗତ ଜୁନ୍‌ ମାସରେ ବିବାହ କରିଥିଲେ ଭଦ୍ରେଶ୍ୱର ପଞ୍ଚାୟତ ପାଣ୍ଡିଆ ଗ୍ରାମର କୈଳାସ ଚନ୍ଦ୍ର ରାଉଳଙ୍କ ଝିଅ ମାମlଲି l ତେବେ ବିବାହ ପୂର୍ବରୁ କମଳା କାନ୍ତ ଦାବି ମୁତାବକ ଯୌତୁକ ସାମଗ୍ରୀ ମାମlଲିଙ୍କ ଘର ଧାର୍ କରଜ କରି ଦେଇଥିଲେ l ତେବେ ବିବାହର ୨୦ ଦିନ ପରେ ସ୍ଵାମୀ, ଶାଶୁ, ଶ୍ୱଶୁର ମିଳିମିଶି ଅଧିକ ଯୌତୁକ ଦାବିରେ ମାମlଲିଙ୍କୁ ନିର୍ଯାତନା ଦେଉଥିଲେ l

ତେଣୁ ବାଧ୍ୟ ହୋଇ ତାଙ୍କୁ ବାପଘର ଲୋକେ ତାଙ୍କୁ ନେଇ ଆସିଥିଲେ । ଏହାପରେ ବୁଝାମଣା ହୋଇ ମାମାଲି ଫେରିଥିଲେ । ହେଲେ ପୁଣି ନିର୍ଯାତନାର ଶିକାର ହୋଇଥିଲେ । ତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ସେ କୌଶଳ କରି ଖସି ଆସିଥିଲେ । ଥାନାରେ ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି । ତେବେ ଅଭିଯୋଗ ନେଇ କମଳାକାନ୍ତଙ୍କ ପରିବାର ଲୋକଙ୍କ ପ୍ରତିକ୍ରୟା ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.