ବୁଲିଯାଆନ୍ତୁ ନୂଆ ବର୍ଷରେ ଚାନ୍ଦିପୁର ବେଳାଭୂମି, ସମୁଦ୍ରରେ ଗାଧୋଇବା ସହ ମିଳିବ ବଣଭୋଜି ମଜା

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ ପର‌୍ୟ୍ୟଟକଙ୍କ ଭିଡ଼। ସମୁଦ୍ରରେ ଗାଧୋଇବା ସହ, ବଣଭୋଜିର ମଜା ନେଉଛନ୍ତି ସମସ୍ତେ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର‌୍ୟ୍ୟଟକଙ୍କ ସୁଅ ଛୁଟୁଛି।

chandipur 3

ସୂର‌୍ୟ୍ୟଙ୍କର ପହିଲି କିରଣକୁ ଦେଖିବାକୁ ସମୁଦ୍ର ବେଳାଭୂମି ଲୋକାରଣ୍ୟ। କିଏ ସମୁଦ୍ରରେ ଗାଧୋଉଛି ତ, କିଏ ବଣଭୋଜି କରି ସାଙ୍ଗମାନଙ୍କ ସହ ମସ୍ତି କରୁଛି। କିଏ ପରିବାର ଲୋକଙ୍କ ସହ ସେଲ୍ଫି ନେଉଛନ୍ତି ତ, କିଏ ନିଜ ସାଥୀ ସହ ସେଲ୍ଫି ନେଉଛି। ଛୋଟ ଛୋଟ ପିଲା ଆଇସକ୍ରିମ୍ ଖାଇ ବେଳାଭୂମିରେ ବୁଲିବାର ମଜା ତ ନିଆରା। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ ଜମୁଛି ପର‌୍ୟ୍ୟଟକଙ୍କ ଭିଡ଼।

chandipur 2

ରାଜ୍ୟ ଓ ରାଜ୍ୟ ବାହାରୁ ପର‌୍ୟ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ, ବେଳାଭୂମିକୁ ବେଶ୍ ସଫା ସୁତୁରା ସହ ଉତ୍ତମ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପର‌୍ୟ୍ୟଟନ ଅଧିକାରୀ କହିଛନ୍ତି। ବେଳାଭୂମିକୁ ପ୍ରବେଶ ପାଇଁ କୌଣସି ସ୍ଥାୟୀ ପ୍ରବେଶ ପଥ ନଥିବା ବେଳେ, ଏହା ପର‌୍ୟ୍ୟଟକଙ୍କୁ ବେଶ ନିରାଶ କରିଛି।