ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲା ଉଚ୍ଚଶିକ୍ଷା ବିଭାଗ, ୨୦ ପ୍ରତିଶତରେ ସୀମିତ ରଖିବା ନିଷ୍ପତି ପ୍ରତ୍ୟାହାର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳିଲା । ସମସ୍ତ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସକୁ ୨୦ ପ୍ରତିଶତରେ ସୀମିତ ରଖିବା ନିଷ୍ପତିକୁ ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ । ଏପ୍ରିଲ ୧୨ ତାରିଖରେ କୁଳାଧିପତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟରେ ସେଲ୍‌ଫ ଫାଇନାନ୍‌ସିଂ କୋର୍ସ ସିଟ୍‌ କମାଇ ୨୦ ପ୍ରତିଶତ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି କରିଥିଲେ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପାଇଁ ରେଗୁଲାର ବା ନିୟମିତ ପାଠ୍ୟକ୍ରମ ପ୍ରଭାବିତ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଆଗାମୀ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟରେ କେଉଁ କୋର୍ସ ବନ୍ଦ ହେବ ତାକୁ ନେଇ ସିଣ୍ଡିକେଟ ନିଷ୍ପତି ନେବା ସହ ନୂଆ ଆଡ଼ମିଶନ ନକରିବାକୁ ମଧ୍ୟ କୁହାଯାଇଥିଲା । ଯାହାକୁ ନେଇ ପରେ ବିଭିନ୍ନ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ଆଉ ଏକ ଚିଠି କରିବା ସହ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଯେଉଁଭଳି ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିଥିଲା ତାହା ଚାଲିବ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.