ମୋବାଇଲକୁ ଏମରଜେନ୍ସୀ ଆଲର୍ଟ ଆସିବା ଉପରେ ସ୍ପଷ୍ଟୀକରଣରେ ଟେଲିକମ୍ ବିଭାଗ: ୯୯ ପ୍ରତିଶତ ପରୀକ୍ଷଣ ସଫଳ ହେଇଛି

ଫୋନକୁ ଆସିବ ଟେଲିକମ୍ ବିଭାଗ ପକ୍ଷରୁ ମେସେଜ୍ । ଆଜି କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ପରୀକ୍ଷାମୂଳକ ଭାବରେ ଏଭଳି ବାର୍ତ୍ତା କରାଯାଇଛି

କେନ୍ୟୁଜ୍(ବ୍ୟୁରୋ): ବିପର୍ଯ୍ୟୟ ଆସିବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିବ ଜରୁରୀ ସୂଚନା । ଫୋନକୁ ଆସିବ ଟେଲିକମ୍ ବିଭାଗ ପକ୍ଷରୁ ମେସେଜ୍ । ଆଜି କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ପରୀକ୍ଷାମୂଳକ ଭାବରେ ଏଭଳି ବାର୍ତ୍ତା କରାଯାଇଛି । ଯାହାକି ଯୋଜନାବଦ୍ଧ ପରୀକ୍ଷା ପ୍ରକ୍ରିୟାର ଏକ ଅଂଶ । ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣ ସହଯୋଗରେ କେନ୍ଦ୍ର ଟେଲିକମ୍ ବିଭାଗ ଲୋକଙ୍କ ମୋବାଇଲକୁ ବାର୍ତ୍ତା ପଠାଯାଇଥିଲା ।

ମୋବାଇଲକୁ ଏମରଜେନ୍ସୀ ଆଲର୍ଟ ଆସିବା ଉପରେ ସ୍ପଷ୍ଟୀକରଣରେ ଟେଲିକମ୍ ବିଭାଗ କହିଛି, ଓଡିଶାରେ ଆଜି ଏହି ପରୀକ୍ଷଣ ସଫଳ ହେଇଛି । ପ୍ରାୟ ୯୯ ପ୍ରତିଶତ ଫୋନକୁ ଏହି ମେସେଜ୍ ଯାଇଥିଲା । ଏପରିକି ଫୋନ ସୁଇଚ୍ ଅଫ୍ ଥିଲେ ବି ଅଲାରାମ ବାଜିବ l ଲୋକଙ୍କୁ ବାତ୍ୟା, ସୁନାମୀ, ଭୂମିକମ୍ପ, ଘଡଘଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ଦେବା ଏହାର ମୁଖ୍ୟ କାରଣ । ଆସନ୍ତା ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟରେ ଏହାର ପରୀକ୍ଷଣ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.