ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ପରେ ୧୪୪ ଜାରି, ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗମାର୍ଚ୍ଚ

ବଙ୍ଗୋମୁଣ୍ଡାରେ ଗତ ଦୁଇ ଦିନ ପୂର୍ବରୁ ଗାଁର ଛତରଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଚାପା ଉତ୍ତେଜନା ଲାଗି ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବଙ୍ଗୋମୁଣ୍ଡାରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ ହୋଇଛି ।

ବଲାଙ୍ଗୀର(କେନ୍ୟୁଜ୍): ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗମାର୍ଚ୍ଚ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ପରେ ୧୪୪ ଧାରା ଜାରି। ବଙ୍ଗୋମୁଣ୍ଡାରେ ଗତ ଦୁଇ ଦିନ ପୂର୍ବରୁ ଗାଁର ଛତରଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଚାପା ଉତ୍ତେଜନା ଲାଗି ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବଙ୍ଗୋମୁଣ୍ଡାରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ ହୋଇଛି । ବଙ୍ଗୋମୁଣ୍ଡା ଥାନାରୁ ଗୋଲେଇ ଛକ ଦେଇ ଆମ୍ବେଦକର ନଗରକୁ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଇଛି ।

ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସହ ମାଜିଷ୍ଟେଟ୍ ରାକେଶ ଅଗ୍ରୱାଲ, ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ଥାନା ଅଧିକାରୀ ସାମିଲ ଅଛନ୍ତି । ହିଂସାକାଣ୍ଡ ଘଟଣାର ସଂପୃକ୍ତ ଥିବା ଦୁଇ ଗୋଷ୍ଠୀର ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗାଁରେ ହେବାକୁ ଥିବା ପାଟଖଣ୍ଡା ଯାତ୍ରା ଶାନ୍ତି ଶୃଙ୍ଖଳାରେ ସଂପନ୍ନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବୈଠକ, ଶୋଭାଯାତ୍ରା, ରାସ୍ତାରୋକ, ୫ରୁ ଅଧିକ ଲୋକ ରୁଣ୍ଡ ହେବା ଆଦିକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.