ଭିଜିଲାନ୍ସ ଜାଲରେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ଆଜି ଅର୍ଥାତ୍ ୧୧/୦୮/୨୦୨୩ରେ ଅନୁଗୁଳୁ ଉଠା ଜଳସେଚନର ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

କଟକ(କେନ୍ୟୁଜ୍): ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ।  ଆଜି ଅର୍ଥାତ୍ ୧୧/୦୮/୨୦୨୩ରେ ଅନୁଗୁଳୁ ଉଠା ଜଳସେଚନର ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କ ଠାରୁ ଦୁଇଟି ପ୍ରକଳ୍ପ ବାବଦକୁ ଅଟକି ରହିଥିବା ଇଲେକ୍ଟ୍ରିକାଲ ଏଷ୍ଟିମେଟ କରାଇଦେବା ଓ ତା ସହିତ ଅଟକି ରହିଥିବା ତାଙ୍କ ପ୍ରାପ୍ୟକୁ ରିଲିଜ୍ କରିବା ପାଇଁ  ଠିକାଦାରଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗି  ଥିଲେ। ପରେ ସେହି ଠିକାଦାର ଜଣକ ଭିଜିଲାନ୍ସରେ ଯୋଗାଯୋଗ କରିବାରୁ ଭିଜିଲାନ୍ସ ଟିମ ଉପ କାର୍ଯ୍ୟ ନିର୍ବାହୀଙ୍କୁ ଧରିବା ପାଇଁ ବିଛାଇଥିଲା ଜାଲ।

ପୂର୍ବ ଯୋଜନା ମୁତାବକ ଠିକାଦର ଜଣକ ୫୦ ହଜାର ଲଞ୍ଚ ନେଇ ଉପ କାର୍ଯ୍ୟ ନିର୍ବାହୀଙ୍କୁ ଦେବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ଇଞ୍ଜିନିୟରଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏହା ସହିତ ତାଙ୍କର ଅଫିସ୍ ଓ  ତାଙ୍କ ବାସଭବନ  ତାଳଚେରର ରେମୁଆଁରେ ମଧ୍ୟ ରେଡ କରିଛି ଭିଜିଲାନ୍ସ ଟିମ୍। ଇଞ୍ଜିନିୟର ଶରତ କୁମାର ପ୍ରଧାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.