Below header

ଦୁର୍ଘଟଣାରେ ଗୁରୁତର ବଡ଼ଠାକୁର ବଳଭଦ୍ର ରଥର ଡାହୁକ: ଜିଲ୍ଲା ରେଡକ୍ରସ ପାଣ୍ଠି ସାହାଯ୍ୟର ହାତ ବଢାଇଲା

ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ପରାମର୍ଶ କ୍ରମେ ଶ୍ରୀ ପ୍ରଧାନଙ୍କ ମଙ୍ଗରାଜପୁର ସ୍ଥିତ ବାସଭବନରେ ଜିଲ୍ଲା ଜରୁରୀ ବିଭାଗର ଡିପିଓ ସୁକାନ୍ତ କୁମାର ଦାଶ, ,ରେଡକ୍ରସର ସହାୟକ କର୍ମଚାରୀ ଆଦିତ୍ୟ କୁମାର ବରାଳ ,ଶ୍ୟାମ ମହାପାତ୍ର ପହଞ୍ଚି ଏହି ଅର୍ଥ କୁ ତାଙ୍କ ପତ୍ନୀ ଟିକିନା ପ୍ରଧାନଙ୍କୁ ପ୍ରଦାନ କରିଥିଲେ।

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଡାହୁକ ସେଵକ ମାଧବ ପ୍ରଧାନ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ଏହି ଖବର ପାଇବା ପରେ ତାଙ୍କର ଚିକିତ୍ସା ସୁବିଧା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ଜିଲ୍ଲାପାଳ ସମର୍ଥ ବର୍ମା ୩୦ ହଜାର ଟଙ୍କା ମଞ୍ଜୁର କରିଥିଲେ।

ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ପରାମର୍ଶ କ୍ରମେ ଶ୍ରୀ ପ୍ରଧାନଙ୍କ ମଙ୍ଗରାଜପୁର ସ୍ଥିତ ବାସଭବନରେ ଜିଲ୍ଲା ଜରୁରୀ ବିଭାଗର ଡିପିଓ ସୁକାନ୍ତ କୁମାର ଦାଶ, ,ରେଡକ୍ରସର ସହାୟକ କର୍ମଚାରୀ ଆଦିତ୍ୟ କୁମାର ବରାଳ ,ଶ୍ୟାମ ମହାପାତ୍ର ପହଞ୍ଚି ଏହି ଅର୍ଥ କୁ ତାଙ୍କ ପତ୍ନୀ ଟିକିନା ପ୍ରଧାନ ଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଅର୍ଥ ତାଙ୍କର ପରିବାରକୁ ପ୍ରଦାନ କରାଯାଇଥିବା ବେଳେ ଅଧିକ ଆର୍ଥିକ ସାହାଯ୍ୟ ପାଇଁ ଜିଲ୍ଲାପାଳ ସରକାରଙ୍କୁ ଅନୁରୋଧ କରିଛନ୍ତି।

ମାଧବ ଘୋଷଯାତ୍ରା ସମୟରେ ତାଳଧ୍ୱଜ ରଥର ଡାହୁକ ସେବା କରିଥାନ୍ତି। ଗତ ରବିବାର ଦିନ ବୀରହରେକୃଷ୍ଣପୁର – ମଙ୍ଗଳାଘାଟ ବାଇପାସ ରାସ୍ତାରେ ଏକ ବାଇକ ଯୋଗେ ସେ ପଛରେ ବସି ଯିବା ସମୟରେ ଗୋଟିଏ କାର ପଛପଟୁ ଆସି ଧକ୍କା ଦେଇଥିଲା। ଯାହାଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଏବେ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.