Below header

ଅଖଣ୍ଡତାକୁ ବିପଦରେ ପକାଇବା ଭଳି କାର୍ଯ୍ୟ କଲେ ଧାରା ଲାଗିବ ୧୫୦, ଜାଣନ୍ତୁ ଆଉ କାଣ ପରିବର୍ତ୍ତନ ହୋଇଛି

ନୂଆ ଆଇନରେ ରହିଛି ଜିରୋ FIR ବ୍ୟବସ୍ଥା। ଯେକୌଣସି ପୋଲିସ ଷ୍ଟେସନରେ ଜଣେ ନାଗରିକ ZERO FIR କରିପାରେ। ଜିରୋ FIR ସଂପୃକ୍ତ ପୋଲିସ ଷ୍ଟେସନକୁ ୧୫ ଦିନ ଭିତରେ ପଠାଇବାକୁ ପଡ଼ିବ।

କେନ୍ୟୁଜ୍(ବ୍ୟୁରୋ): ଅପହରଣ, ଡକାୟତି ଭଳି ସଂଘଟିତ ଅପରାଧ ପାଇଁ ଲାଗିବ ଧାରା ୧୦୯ । ମିଳିତ ସଂଘଟିତ ଅପରାଧ କ୍ଷେତ୍ରରେ ଧାରା ୧୧୦ ଲାଗୁହେବ । ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ରହିଛି ଧାରା ୧୧୧। ନୂଆ ବ୍ୟବସ୍ଥାରେ ରାଜଦ୍ରୋହ ବଦଳରେ ଲାଗିବ ଦେଶଦ୍ରୋହ ଆଇନ। ଦେଶଦ୍ରୋହ ପାଇଁ ରହିଛି ଧାରା ୧୫୦। ଭାରତର ସାର୍ବଭୌମତା, ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଇବା ଭଳି କାର୍ଯ୍ୟ କଲେ ଧାରା ୧୫୦ ଲାଗିବ। ଧାରା ୩୦୨ରେ ରହିଛି ହତ୍ୟା ଓ ଛନତାଇ। ଭିଡ଼ ହିଂସା ପାଇଁ ୭ ବର୍ଷ ଜେଲ ବା ଆଜୀବନ ଜେଲଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ରହିଛି।

ନୂଆ ଆଇନରେ ରହିଛି ଜିରୋ FIR ବ୍ୟବସ୍ଥା। ଯେକୌଣସି ପୋଲିସ ଷ୍ଟେସନରେ ଜଣେ ନାଗରିକ ZERO FIR କରିପାରେ। ଜିରୋ FIR ସଂପୃକ୍ତ ପୋଲିସ ଷ୍ଟେସନକୁ ୧୫ ଦିନ ଭିତରେ ପଠାଇବାକୁ ପଡ଼ିବ।

ପ୍ରଶାସନିକ ଅଧକାରୀ ବା ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି ଅଭିଯୋଗର ଉତ୍ତର ଯଦି କର୍ତ୍ତୃପକ୍ଷ ୧୨୦ ଦିନ ଭିତରେ ଦେଇ ନପାରିଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ। ମାମଲା ରୁଜୁ ହେବା ଠାରୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଡିଜିଟାଇଜେସନ ହେବ। ବିଚାର ସମୟରେ ଅପିଲ ଏବଂ କ୍ରସ ଏଗଜାମିନେସନ ଆଦି ସମସ୍ତ ବ୍ୟବସ୍ଥା ଭିଡିଓ କନଫରେନ୍ସି ଜରିଆରେ ହୋଇ ପାରିବ। ଯୌନ ଅପରାଧ କ୍ଷେତ୍ରରେ ପୀଡ଼ିତାଙ୍କ ବୟାନ ରେକର୍ଡର ଭିଡିଓଗ୍ରାଫି ବାଧ୍ୟତାମୂଳକ। ସମସ୍ତ ପ୍ରକାର ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ବା ଆଜୀବନ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ନାବାଳିକା ଦୁଷ୍କର୍ମ କ୍ଷେତ୍ରରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଏହି କ୍ଷେତ୍ରରେ FIR ହେବାର ୯୦ ଦିନ ଭିତରେ ଚାର୍ଜସିଟ ଦାଖଲ କରିବାକୁ ହେବ ।

ଆବଶ୍ୟକ କ୍ଷେତ୍ରରେ କୋର୍ଟ ଚାର୍ଜସିଟ ଦାଖଲ ପାଇଁ ଆଉ ୯୦ ଦିନ ସମୟ ଦେଇପାରିବେ। ଚାର୍ଜସିଟ ହେବାର ୬୦ଦିନ ମଧ୍ୟରେ ଚାର୍ଜଫ୍ରେମ ବାଧ୍ୟତାମୂଳକ। ଶୁଣାଣି ଶେଷ ହେବାର ୩୦ ଦିନ ଭିତରେ ରାୟକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ରାୟ ଆସିବାର ୭ ଦିନ ମଧ୍ୟରେ ଏହା ଅନଲାଇନରେ ଉପଲବ୍ଧ ହେବ। ନୂଆ ଆଇନରେ ସର୍ଚ୍ଚ ଏବଂ ସିଜର କ୍ଷେତ୍ରରେ ଭିଡିଓଗ୍ରାଫି ବାଧ୍ୟତାମୂଳକ କରାଯାଇଛି। ୭ ବର୍ଷରୁ ଅଧିକ ଜେଲ ଦଣ୍ଡ କ୍ଷେତ୍ରରେ ଅପରାଧ ଘଟିଥିବା ସ୍ଥାନକୁ ଫରେନସିକ ଟିମ ଯିବା ବାଧ୍ୟତାମୂଳକ। ଜିଲ୍ଲାସ୍ତରେ ଫରେନସିକ ସାଇନ୍ସ ଲ୍ୟାବ ମୁତୟନ କରାଯିବ। ଶିଶୁଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଜେଲଦଣ୍ଡ ଅବଧିକୁ ୭ ବର୍ଷରୁ ୧୦ବର୍ଷକୁ ବୃଦ୍ଧି କରାଯାଇଛି। ଅପରାଧରେ ବ୍ୟବହାର ହୋଇଥିବା କୌଣସି ଯାନବାହନର ସିଜ ବେଳେ ଭିଡିଓଗ୍ରାଫି କରିବା ବାଧ୍ୟତାମୂଳକ ସହ ଏହାର ସାର୍ଟିଫାଏ କପି ମଧ୍ୟ କୋର୍ଟରେ ଦାଖଲ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.