ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଆଉ ଏକ ରେକର୍ଡ, ଲୋକସଭାରେ ଦେଲେ ୨ ଘଣ୍ଟା ୧୩ ମିନିଟ୍‌ର ଦୀର୍ଘତମ ଭାଷଣ

୨ ଘଣ୍ଟା ୧୩ ମିନିଟ୍‌। ଲୋକସଭାରେ ଦୀର୍ଘତମ ଭାଷଣ ଦେଇ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନାସ୍ଥା ଉପରେ ହୋଇଥିବା ସରଗରମ ଆଲୋଚନା ପରେ ଗୃହରେ ନିଜର ବକ୍ତବ୍ୟ ରଖିଥିଲେ ପିଏମ୍‌ ମୋଦି। ଏହି ସମୟରେ ସେ ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ।

୨ ଘଣ୍ଟା ୧୩ ମିନିଟ୍‌। ଲୋକସଭାରେ ଦୀର୍ଘତମ ଭାଷଣ ଦେଇ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନାସ୍ଥା ଉପରେ ହୋଇଥିବା ସରଗରମ ଆଲୋଚନା ପରେ ଗୃହରେ ନିଜର ବକ୍ତବ୍ୟ ରଖିଥିଲେ ପିଏମ୍‌ ମୋଦି। ଏହି ସମୟରେ ସେ ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁବାର ୨ ଘଣ୍ଟା ୧୩ ମିନିଟ୍‌ର ଭାଷଣ ଦେଇଥିଲେ। ଅନାସ୍ଥା ଉପରେ ସବୁଠାରୁ ଲମ୍ବା ଭାଷଣ ଦେଇ ଦେଶର ପ୍ରଥମ ନେତା ହୋଇଛନ୍ତି ମୋଦି।

ଏହି ସମୟରେ ମୋଦି ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ରେକର୍ଡ ଭାଙ୍ଗିଦେଇଥିଲେ। ଶାହ ଗୋଟିଏ ଦିନ ପୂର୍ବରୁ ଏହି ରେକର୍ଡ ନିଜ ନାମରେ କରିଥିଲେ। ସେ ୨ ଘଣ୍ଟା ୧୨ ମିନିଟ୍‌ ପର୍ଯ୍ୟନ୍ତ ଭାଷଣ ଦେଇଥିଲେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସ୍ୱାଧୀନତା ଦିବସ ଅବସରରେ ସବୁଠାରୁ ଲମ୍ବା ଭାଷଣର ମଧ୍ୟ ରେକର୍ଡ ରହିଛି।

ଏହା ପୂର୍ବରୁ ଲମ୍ବା ଭାଷଣର ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ନାମରେ ଥିଲା। ଶାସ୍ତ୍ରୀ ୧୯୬୫ ମସିହାରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଭାଷଣ ଦେଇଥିଲେ।

ତେବେ ଅନାସ୍ଥା ପ୍ରସ୍ତାବ ବ୍ୟତୀତ ଭାରତର ଅନ୍ୟ ନେତା ମଧ୍ୟ ଦୀର୍ଘତମ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଭି.କେ କୃଷ୍ଣ ମେନନ୍ ୧୯୫୭ ଜାନୁୟାରୀ ୨୩ରେ କାଶ୍ମୀର ପ୍ରସଙ୍ଗ ଉପରେ ପାଖାପାଖି ୮ ଘଣ୍ଟା (୭ ଘଣ୍ଟା ୪୮ ମିନିଟ୍) ଧରି ଭାଷଣ ଦେଇଥିଲେ। ଦୀର୍ଘତମ ଭାଷଣ ଭାବରେ ତାଙ୍କ ଭାଷଣ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.