Below header

ମହାପ୍ରଭୁଙ୍କୁ ୧ କେଜି ୭୫ଗ୍ରାମ ଓଜନର ସ୍ୱର୍ଣ୍ଣାଳଙ୍କାର ଦାନ କଲେ ଗୁଜୁରାଟର ଭକ୍ତ

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଦାନ କଲେ ଗୁଜୁରାଟର ଜଣେ ଭକ୍ତ। ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି। ପ୍ରାୟ ଏକ କେଜି ୭୫ଗ୍ରାମ ଓଜନ ସୂନାର ମୁଲ୍ଯ ୭୫ଲକ୍ଷ ଟଙ୍କା ହେବ।

ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୁଲ୍ଯର ତିନୋଟି ରୂପାମୁକୁଟ ଦାନ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ। ପୁରୀ ଆସି ଛତିଷାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି।

ତେବେ ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କେରଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଛି। ଆଜି ଏହାକୁ ମହାପ୍ରଭୁଙ୍କୁ ସମର୍ପିତ କରି ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି। ଆଉ ଏହା ଅନ୍ୟ ଭକ୍ତମାନଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ସେବାୟତ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.