ଦ୍ୱିତୀୟ ଦିନିକିଆ : ସାଇ ସୁଦର୍ଶନଙ୍କ ପୁଣି ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କରିଛି ୨୧୧ ରନ

ଦ୍ୱିତୀୟ ଦିନିକିଆରେ ଆଜି ମାତ୍ର ଦୁଇଜଣଙ୍କୁ ଛାଡ଼ି ବାକି ଭାରତୀୟ ବ୍ୟାଟରମାନେ ଫ୍ଲପ୍‌ ହୋଇଛନ୍ତି

ସେଣ୍ଟ ଜର୍ଜ : ଦ୍ୱିତୀୟ ଦିନିକିଆରେ ଭାରତ ୨୧୧ ରନ୍‌ କରି ଅଲ୍‌ଆଉଟ୍‌ । ଘରୋଇ ଦକ୍ଷିଣ ଆଫ୍ରିକା ସାମନାରେ ୨୧୨ ରନ୍‌ର ବିଜୟଲକ୍ଷ୍ୟ ।
ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ପରେ ଦ୍ୱିତୀୟ ଦିନିକିଆରେ ଆଜି ମାତ୍ର ଦୁଇଜଣଙ୍କୁ ଛାଡ଼ି ବାକି ଭାରତୀୟ ବ୍ୟାଟରମାନେ ଫ୍ଲପ୍‌ ହୋଇଛନ୍ତି । ଗତ ମ୍ୟାଚ୍‌ରେ ପଦାର୍ପଣରେ ଅର୍ଦ୍ଧଶତକ କରିଥିବା ସାଇ ସୁଦର୍ଶନ ପୁଣି ବଢ଼ିଆ ପ୍ରଦର୍ଶନ କରି ଅର୍ଦ୍ଧଶତକ କରିଛନ୍ତି । ଅଧିନାୟକ କେ.ଏଲ୍‌ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଅନ୍ୟମାନେ ବ୍ୟାଟିଂରେ ବିଫଳ ହେବା ଯୋଗୁଁ ଭାରତୀୟ ଦଳ ୪୬.୨ ଓଭରରେ ୧୦ଟି ଯାକ ଓ୍ଵିକେଟ୍‌ ହରାଇ ୨୧୧ ରନ୍‌ ହିଁ କରି ପାରିଛି । ସୁଦର୍ଶନ ୮୩ ବଲରେ ୬୨ ରନ୍‌ (୭ ଚୌକା, ୧ ଛକା) ଏବଂ ରାହୁଲ ୬୪ ବଲରେ ୫୬ ରନ୍‌ (୭ ଚୌକା) କରିଥିଲେ ।

 

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.