କେବେ ଖୋଲିବ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ? ଡିଏଫ୍‌ଓ-ବିଦ୍ୟାଙ୍କୁ ହୋଇପାରେ ମୁହାଁମୁହିଁ ଜେରା

ପାରଳାଖେମୁଣ୍ଡି(କେନ୍ଯୁଜ୍): କେବେ ଖୋଲିବ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ତଦନ୍ତ ଆଗେଇଥିବା ବେଳେ ଏଯାଏ ଗଜପତି ଡିଏଫଓଙ୍କ ସମେତ ୧୫ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ପଡ଼ିବ ବିଦ୍ୟାଭାରତୀଙ୍କ ପାଳି । ତାଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ କୌଣସି ନିସ୍କର୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସନ୍ଦେହ ଘେରରେ ରହିଛି ଡିଏଫଓଙ୍କ ଭୂମିକା ।

କାରଣ ସୌମ୍ୟଙ୍କ ଜମାନବନ୍ଦୀ ନେବା ବେଳେ ସେ ହସ୍ପିଟାଲରେ ଥିଲେ । ବିଦ୍ୟାଙ୍କୁ ଜେରା ପରେ ଡିଏଫଓଙ୍କ ସହ ମୁହାଁମୁହିଁ ଜେରା ବି ହୋଇପାରେ । ଆବଶ୍ୟକ ପଡିଲେ DFOଙ୍କ ଲାଏ ଡିଟେକସନ୍‌ ଟେଷ୍ଟ କରାଯାଇପାରେ। ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ଗୋଟିଏ ରାଉଣ୍ଡ ଜେରା ସାରିଲାଣି । ଆଗକୁ କାହା ପାଳି ପଡ଼ିବ ? କିଏ ଜେରାର କରିବେ ସାମନା ? ପୁରୁଣା ଲୋକଙ୍କୁ ପୁଣି ଡକରା ଆସିବ କି ? ସୌମ୍ୟଙ୍କ ମୃତ୍ୟୁକୁ ୪୨ ଦିନ ବିତିଥିବା ବେଳେ ଅନେକ ବଡ଼ମୁଣ୍ଡ ସାମନାକୁ ଆସିଲେଣି । ମୃତ୍ୟୁ ରହସ୍ୟରୁ ଶୀଘ୍ର ପରଦା ହଟାଇବାକୁ ଚେଷ୍ଟ କରିବ କ୍ରାଇମବ୍ରାଞ୍ଚ । ପ୍ରାୟ ୮ ଦିନ ଧରି ପାରଲାଖେମୁଣ୍ଡିରେ ରହି ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଫେରିଛି କ୍ରାଇମବ୍ରାଞ୍ଚ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.