Below header

ଉପନିର୍ବାଚନ ପାଇଁ ଦୁଲୁକିଲାଣି ଧାମନଗର ବ୍ୟାଟଲ ଗ୍ରାଉଣ୍ଡ: ଆଜି ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ଓ କଂଗ୍ରେସ

ଭଦ୍ରକ(କେନ୍ୟୁଜ୍):ବଢୁଛି ଧାମନଗର ଉପନିର୍ବାଚନ ତାତି । ବିଜେପି ପ୍ରାର୍ଥୀ ଦେଇଥିବାବେଳେ ଏବେ ଅପେକ୍ଷା କିଏ ହେବେ ବିଜେଡି ପ୍ରାର୍ଥୀ। ଆଜି ପ୍ରାର୍ଥୀ ଘୋଷଣା କରିପାରେ ଦଳ। ପୁରୁଣା ନୁହେଁ ନୂଆ ମୁହଁ ଉପରେ ଦଳ ଭରସା କରିପାରେ । ଆପାତତଃ ବିଜେଡିର ରଣନୀତିରୁ ଏହାର ଆଭାସ ମିଳିଛି। ସେପଟେ ପଦଯାତ୍ରାକୁ ଜୋରଦାର କରିଛି ଦଳ। ଗତକାଲି ଧାମନଗର ନିର୍ବାଚନଣ୍ଡଳୀର ବିଭିନ୍ନ ସ୍ଥାନରେ ପଦଯାତ୍ରା କରିଛି ବିଜେଡି।

ହେଭିୱେଟ୍‌ ନେତା ଓ ମନ୍ତ୍ରୀ ଏଥିରେ ସାମିଲ ହୋଇ ମାହୋଲକୁ ସରଗରମ କରିଛନ୍ତି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ଭରସା କରିଛି ବିଜେପି। ସେହିପରି ବାବା ହୃଷୀକେଶ ସେଠୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିପାରେ କଂଗ୍ରେସ। ଗତକାଲି ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ଦାଖଲ ପରେ ଆରମ୍ଭ କରିଦେଲେଣି ପ୍ରଚାର। ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ ଭୋଟ୍‌ । ନଭେମ୍ବର ୬ରେ ବାହାରିବ ଫଳାଫଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.