Below header

ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ୍‌, ୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ ଓ ଅର୍ଚ୍ଚନା

ଭୁବନେଶ୍ୱର(କେନ୍ୟୁଜ୍): ୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ ଓ ଅର୍ଚ୍ଚନା । ପୂରା ସିଣ୍ଡିକେଟରେ ଜଗବନ୍ଧୁର ସାଙ୍ଗ ଖଗେଶ୍ୱର ଓ ଭାଇ ରହିଛନ୍ତି । ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ୍‌ । ଭୁବନେଶ୍ୱର ଉପକଣ୍ଠ ଏକ ବାଲିଘାଟରେ ଲାଗିଛି ଟଙ୍କା । ଏତେ ଟଙ୍କାର ଅଧିକାରୀ କିପରି ହୋଇପାରିଲେ ? କିପରି ରାଜକୀୟ ଜୀବନ ବିତାଉଥିଲେ? ଏସବୁ ସମସ୍ତଙ୍କୁ ତାଜୁବ୍‌ କରୁଛି ।

ଏପଟେ ଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର । ଅର୍ଚ୍ଚନାଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ଚାଲିଛି । ଏକାଧିକ ଲୋକଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରୁଛି ପୋଲିସ । ତେବେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ର । ସେ ଧରାପଡ଼ିଲେ ଅଧିକ ରହସ୍ୟ ଖୋଲିପାରେ । ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଜର ପାଇଁ ନୋଟିସ୍‌ କରିଛି ପୋଲିସ । ସେ କେବେ ହାଜର ହେବେ ତାଉପରେ ନଜର ରହିଛି ।

ଅନ୍ଯପଟେ ଅର୍ଚ୍ଚନା ବ୍ଲାକମେଲିଂ ରାକେଟରେ ଯେଉଁ ଯୁବତୀଙ୍କୁ ବ୍ୟବହାର କରୁଥିଲା ସେମାନଙ୍କର ବୟାନ ବି ରେକର୍ଡ କରିଛି ପୋଲିସ । ଗତକାଲି ଜାମିନ୍‌ ପାଇଁ ଭିଡିଓ କନଫରେନ୍‌ସିଂରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । ଦେବାଶିଷ ମହାପାତ୍ରଙ୍କୁ ନିଜର ଆଇନଜୀବୀ ଭାବେ ସ୍ପଷ୍ଟ କରିଥିଲେ । ପୁଣି ଥରେ ଜାମିନ୍‌ ପାଇଁ ଆବେଦନ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.