Below header

ଆଜିଠୁ ଆରମ୍ଭ ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼(କେନ୍ୟୁଜ୍) : ଆଜିଠୁ ବରଗଡ଼ର ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସହର ପାଲଟିଛି ମଥୁରା ନଗରୀ ଆଉ, ଅମ୍ବାପାଲି ଏବେ ଗୋପପୁର। ଜୀରା ନଈ ପାଲଟିଛି ଯମୁନା । ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି। ହାଟପଦା ପଡିଆରେ ରାଜ ଦରବାର ଓ ଲୋକ ମଣ୍ଡପ ପଡିଆରେ ରଙ୍ଗମହଲ ତିଆରି କରାଯାଇଛି। ରାଜ ଦରବାରର ଓସାର ୧୦୦ ଫୁଟ ଓ ଉଚ୍ଚତା ୬୦ଫୁଟ, ରଙ୍ଗମହଲର ଉଚ୍ଚତା ୬୦ଫୁଟ ଓ ଓସାର ୧୦୦ ଫୁଟ ରହିଛି।

ବରଗଡ ସହର ଏବଂ ଅମ୍ବାପାଲିଠାରେ ୧୮ଟି ମଞ୍ଚ ତିଆରି ହୋଇଥିବା ବେଳେ, ୧୦ କିଲୋମିଟର ପରିଧିରେ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ପରିବେଷଣ କରାଯିବ । ଏଥିରେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ୧୩୦ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ । ୧୧ ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଆୟୋଜକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.