ଦିଲ୍ଲୀ ଯନ୍ତର ମନ୍ତରରେ ସମ୍ବଲପୁର ବାସୀଙ୍କ ଧାରଣା, ରହିଛି ଏହି ସବୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ଯନ୍ତର ମନ୍ତରରେ ସମ୍ବଲପୁର ବାସୀଙ୍କ ଧାରଣା। ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେରେ ସାମିଲ କରିବା ଓ ହୀରାଖଣ୍ଡ ରାଜ୍ୟ ଗଠନ ଦାବିରେ ଆଜି ସମ୍ବଲପୁରର ଶତାଧିକ ଲୋକେ ଦିଲ୍ଲୀରେ ଧାରଣା ଦେଇଛନ୍ତି ।
ଦୀର୍ଘ ବର୍ଷ ହେବ ସମ୍ବଲପୁରୀ ଭାଷାକୁ ସମ୍ବିଧାନରେ ମାନ୍ୟତା ଦେବାପାଇଁ ଦାବି ହୋଇ ଆସୁଛି। କିଛି ଲୋକ ଏହି ସର୍ବପୁରାତନ ଭାଷାକୁ ବିକୃତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଣୁ ଶୀଘ୍ର ଏହି ଭାଷାକୁ ସ୍ୱୀକୃତି ଦିଆଯାଉ ବୋଲି ଦାବି ଉଠିଛି। ଏହାସହ ପଶ୍ଚିମ ଓଡିଶା ସବୁବେଳେ ଅବହେଳିତ ହୋଇ ପଡିଛି। ଏଣୁ ସ୍ୱତନ୍ତ୍ର ରାଜ୍ୟ ହେଲେ ଯାଇ ପଶ୍ଚିମ ଓଡ଼ିଶାର ବିକାଶ ହୋଇପାରିବ, ଏଥିପାଇଁ ହୀରାଖଣ୍ଡ ରାଜ୍ୟ ଗଠନ ପାଇଁ ଆଜି ଗୃହମନ୍ତ୍ରୀଙ୍କୁ ଦାବି ଜଣାଇବେ ଆନ୍ଦୋଳନକାରୀ।