ଇମଲି ଫେମ୍ ହେତଲ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଅଭିନେତ୍ରୀଙ୍କ ଜୀବନ

ଟିଭି ଶୋ ‘ଇମିଲି’ ଫେମ୍ ହେତଲ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲା ଅଭିନେତ୍ରୀଙ୍କ ଜୀବନ। ଇମଲି ସିରିଅଲରେ ଶିବାନୀ ରାଣା ଭୂମିକାରେ ନଜର ଆସୁଥିବା ହେତଲ ଯାଦବଙ୍କ ଜୀବନ। ରବିବାର ରାତିରେ ସୁଟିଂ ସାରି ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘରକୁ ଫେରୁଥିବା ବେଳେ ତାଙ୍କ ଗାଡିକୁ ଟ୍ରକ ଧକ୍କା ମାରିଥିଲା। କିନ୍ତୁ ଦୁର୍ଘଟଣାରେ ହେତଲଙ୍କର କିଛି ହୋଇନାହିଁ । ସେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି ।
ରିପୋର୍ଟ ମୁତାବକ, ରବିବାର ରାତିରେ ସୁଟିଂ ସରିବା ପରେ ଘରକୁ ଫେରୁଥିଲେ ହେତଲ। ନିଜେ ଗାଡି ଚଲାଇ ଆସୁଥିବା ସମୟରେ ପଛପଟୁ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ୮.୪୫ରେ ଫିଲ୍ମ ସିଟିରୁ ଘରକୁ ବାହାରିଥିଲେ ଅଭିନେତ୍ରୀ। ହେଲେ ଜେଭିଏଲଆର ହାଇେଓ୍ଵରେ ଗାଡି ଆକ୍ସିଡାଣ୍ଟ ହୋଇଥିଲା। ଟ୍ରକ ତାଙ୍କ ଗାଡିକୁ ପଛପଟରୁ ଧକ୍କା ଦେଇ ରାସ୍ତା କଡକୁ ନେଇଯାଇଥିଲା ।
#HetalYadav Meets With Car Accident; #Imlie Actress Reveals How She Was Left ‘Unharmed’ From Near-Fatal Incident
#Entertainment #Television https://t.co/tkn3hUbdKy— LatestLY (@latestly) December 6, 2022
କାରଟି ଅଳ୍ପକେ ତଳେ ଗଳିପଡିବାରୁ ବର୍ତ୍ତି ଯାଇଥିଲା। ଅଭିନେତ୍ରୀ ଜଣକ ବ୍ରେକ ମାରି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ । ତା’ ପରେ ପୁଅକୁ କଲ୍ କରି ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଘଟଣା ପରେ ହେତଲ ଭୟଭୀତ ରହିଛନ୍ତି ।
ସୂଚନାଯୋଗ୍ୟ, ହେତଲ ଯାଦବ ଗତ ୨୫ ବର୍ଷ ହେଲାଣି ଟିଭି ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ଲୋକଙ୍କୁ ମନୋରଂଜନ କରିବା ପାଇଁ ବିଭନ୍ନ ପ୍ରକାର ଭୂମିକାରେ ନଜର ଆସିଛନ୍ତି। ଇମଲିରେ ଶିବାନୀ ରାଣା ଭୂମିକାରେ ନଜର ଆସିଛନ୍ତି। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ଏହା ପୂର୍ବରୁ ସେ ତାରକ ମେହେତାକା ଉଲଟା ଚଷମାରେ ଜ୍ୱାଲା ଭୂମିକାରେ ନଜର ଆସିଥିଲେ ।