ଏସୀୟ ରଗବୀ ପାଇଁ ଭାରତୀୟ ଦଳ ଘୋଷଣା, ଟିମ୍ରେ ଓଡିଶାରୁ ସ୍ଥାନ ପାଇଛନ୍ତି ୧୦ ଜଣ

ନେପାଳର କାଠମାଣ୍ଡୁଠାରେ ଚଳିତ ମାସ ୧୦ ଓ ୧୧ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏସୀୟ ରଗବୀ ୧୮ ବର୍ଷରୁ କମ୍ ସେଭେନ୍ସ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଓଡ଼ିଶାରୁ ମୋଟ ୧୦ ଜଣ ସ୍ଥାନ ପାଇଛନ୍ତି। ଏହି ଦଳରେ କିସର ୬ (୩ ବାଳକ ଓ ୩ ବାଳିକା) ଜଣ ସ୍ଥାନ ପାଇଛନ୍ତି।
ବାଳିକାରେ ମାମା ମଲ୍ଲିକ (ଅଧିନାୟିକା), ତାରୁଲତା ନାଏକ, ନିର୍ମାଲ୍ୟା ରାଉତ, ଆରତି ମୁର୍ମୁ, ପାର୍ବତୀ ହାଁସଦା ସ୍ଥାନ ପାଇଛନ୍ତି। ବାଳକ ଦଳରେ ଗଣେଶ ଧାଙ୍ଗଦ ମାଝୀ, ଅଶୋକ ହାଁସ୍ଦା, ମଙ୍ଗଳା ସୋରେନ, ଗୁରୁ ମାଣ୍ଡ୍ରା, ଲଚିମି ଶେଷା ସ୍ଥାନ ପାଇଛନ୍ତି ।
ନଭେମ୍ବର ୮ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ପୁଣେର ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ଅଭ୍ୟାସ ଶିବିରରୁ ଏହି ଦଳ ଚୟନ କରାଯାଇଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା କିସ୍ ଖେଳାଳିମାନଙ୍କୁ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଓଡିଶା ରଗବୀ ଫୁଟବଲ ଆସୋସିଏସନର ସମ୍ପାଦକ ଉପେନ୍ଦ୍ର ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି।