ନୂଆପଡ଼ା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀ ଛତିଶଗଡ଼ ଗରିଆବନ୍ଧ ପୋଲିସ ଦ୍ୱାରା ଗିରଫ

ନୂଆପଡ଼ା: ନୂଆପଡ଼ା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀ ଛତିଶଗଡ଼ ଗରିଆବନ୍ଧ ପୋଲିସ ଦ୍ୱାରା ଗିରଫ । ଗରିବନ୍ଧ ଜିଲ୍ଲା ଏସପି ଏନେଇ ସୂଚନା ଦେଇଛନ୍ତି । ଗିରଫ ବ୍ୟବସାୟୀ ସିନାପାଲି ଥାନା ଅନ୍ତର୍ଗତ ଗୋଡଲ ଗାଁର ନୂତନ ପଟେଲ ବୋଲି ଜଣାପଡ଼ିଛି । ତାଙ୍କଠାରୁ ୧୭୧ ଖଣ୍ଡ ହୀରା ଜବତ ହୋଇଛି ।

ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ନୂତନ ଓ ତାଙ୍କର ଜଣେ ସହଯୋଗୀ ହୀରା ବିକ୍ରି କରିବାକୁ ଗ୍ରାହକ ଅପେକ୍ଷାରେ ଥିବା ବେଳେ ସୂଚନା ପାଇ ଗରିଆବନ୍ଧ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ତେବେ ନୂତନ ପଟେଲଙ୍କ ସହଯୋଗୀ ଖସି ପଳାଇବାରେ ସକ୍ଷମ ହୋଇଛି । ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଥିବା ବେଳେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.